ବଜ୍ରାଘାତରେ ୩ ମୃତ
ସମ୍ବଲପୁର : ସମ୍ବଲପୁର ଜିଲା ଯୁଯୁମୁରା ଥାନା ଛାମୁଣ୍ଡା ପଞ୍ଚାୟତ ବଡ଼ମାଲ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା। ଚାଷଜମିରେ କାମ କରୁଥିବା ବେଳେ ବଜ୍ରାଘାତରେ ଟଳି ପଡ଼ିଲେ ଏକ ଦମ୍ପତିଙ୍କ ସମେତ ୩ ଜଣ।
ମୃତକମାନେ ହେଲେ ଅନ୍ତର୍ଯ୍ୟାମୀ ମାଝୀ, ତାଙ୍କ ସ୍ତ୍ରୀ ଲିଳିମା ମାଝୀ ଓ ଜଣେ ଶ୍ରମିକ ପାରୁ ବାଘ। ଏହି ତିନି ଜଣ ମିଶି ଜମିରେ କାମ କରୁଥିବା ବେଳେ ହଠାତ୍ ବଜ୍ରାଘାତ ହୋଇଥିଲା। ଘଟଣାସ୍ଥଳରେ ହଁ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା ବୋଲି ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।
