ଘାଟିରେ ବସ୍ ଓଲଟି ୩ ମୃତ, ୧୫ ଆହତ
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ କାନକଟା ଘାଟିରେ ବସ୍ ଓଲଟି ୩ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ୧୫ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ଆହତ ମାନଙ୍କୁ ପ୍ରଥମେ ପାତ୍ରପୁର ମେଡ଼ିକାଲରେ ଭର୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ କେତେକ ଗୁରୁତରଙ୍କୁ ପରେ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଆଜି ଅପରାହ୍ନରେ ଗଜପତି ଜିଲ୍ଲା ରାୟଗଡ଼ରୁ ପାତ୍ରପୁର ଜରଡ଼ା ଅଭିମୁଖେ ଆସୁଥିବା ବେଳେ ବସ୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଜରଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।
