ସ୍କର୍ପିଓ ଗାଡ଼ି ଧକ୍କାରେ ୩ମୃତ ,୧୨ରୁ ଉର୍ଧ ଆହତ
ଭୁବନେଶ୍ୱର : ବ୍ରହ୍ମପୁର ଉପକଣ୍ଠ ମାଣ୍ଡିଆପଲ୍ଲୀ ଗାଁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ସ୍କର୍ପିଓ ଗାଡି ଧକ୍କାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣରୁ ଉର୍ଧ ଲୋକ ଆହତ ହୋଇଛନ୍ତି । ମାଣ୍ଡିଆପଲ୍ଲୀ ଗାଁ ନିକଟରେ କନ୍ୟା ଯାତ୍ରୀର ବାଟବରଣ ବେଳେ ଦୁର୍ଘଟଣା ହୋଇଥିବା ଜଣା ପ଼ଡିଛି । ସମସ୍ତ ଆହତ ମାନଙ୍କୁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ଭର୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଥିବା ଜଣାପଡ଼ିଛି ।ମୃତକ ମାନେ ହେଲେ ଲାଞ୍ଜିପଲ୍ଲୀ ଅଂଚଳର ସ୍ୱପ୍ନା ରେଡ଼ି(୨୨), ସଞ୍ଜୁ ରେଡ଼ି(୨୩) ,ଭାରତୀ ରେଡ଼ି(ବୟସ ୧୨) ।
