ଦ୍ଵିତୀୟ ଦିନିକିଆ : ଭାରତକୁ ୨୭୬ ରନର ବିଜୟ ଲକ୍ଷ୍ୟ ଦେଲା ଶ୍ରୀଲଙ୍କା
କଲମ୍ବୋ : ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମରେ ମଙ୍ଗଳବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ଵିତୀୟ ଦିନିକିଆ ଖେଳାଯାଉଛି । ଏହି ମ୍ୟାଚରେ ଶ୍ରୀଲଙ୍କାର ଅଧିନାୟକ ଦାସୁନ ସନକା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ମ୍ୟାଚ ପାଇଁ ଶ୍ରୀଲଙ୍କା ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଉଦନାଙ୍କ ସ୍ଥାନରେ କସୁନ ରଂଜିତା ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇଛନ୍ତି । ତେବେ ଏହି ମ୍ୟାଚ ପାଇଁ ଭାରତୀୟ ଦଳ ଅପରିବର୍ତ୍ତିତ ରହିଛି ।
ପ୍ରଥମ ଦିନିକିଆ ଅପେକ୍ଷା ଦ୍ଵିତୀୟ ମ୍ୟାଚ୍ରେ ବ୍ୟାଟିଂରେ ଉନ୍ନତ ପ୍ରଦର୍ଶନ କରିଛି ଶ୍ରୀଲଙ୍କା। ଚରିଥ ଅସଲଙ୍କା ଓ ଅବିଷ୍କା ଫର୍ଣ୍ଣାଡୋଙ୍କ ଅର୍ଦ୍ଧଶତକ ବଳରେ ଶ୍ରୀଲଙ୍କା ୫୦ ଓଭରରେ ୯ ଓ୍ଵିକେଟ୍ ହରାଇ ୨୭୫ ରନ କରିଛି। ଭାରତ ସମ୍ମୁଖରେ ରହିଛି ୨୭୬ ରନର ବିଜୟ ଲକ୍ଷ୍ୟ। ଚରିଥ ଅସଲଙ୍କା ୭୦ ରନ ଓ ଅବିଷ୍କା ଫର୍ଣ୍ଣାଡୋ ୫୦ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଶେଷ ଆଡକୁ ଚରିଥ କରୁଣାରତ୍ନେ ଦ୍ରୁତ ୪୪ ରନର ଉଲ୍ଲେଖନୀୟ ଅପରାଜିତ ପାଳି ଖେଳିଛନ୍ତି। ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ଓ ଭୁବନେଶ୍ଵର କୁମାର ପ୍ରତ୍ୟୋକ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଟସ୍ ଜିତି ଶ୍ରୀଲଙ୍କା ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।
