ଡିଏନ୍ ଗ୍ରୁପରେ ଆୟକର ବିଭାଗ ପକ୍ଷରୁ ଦ୍ୱିତୀୟ ଦିନରେ ଚଢ଼ାଉ : ଅଧିକାରୀଙ୍କୁ ପଚରାଉଚରା, କର୍ମଚାରୀଙ୍କୁ ତନାଘନା
ଭୁବନେଶ୍ୱର : ଡିଏନ ଗ୍ରୁପ୍ ମାଲିକ ଜଗଦୀଶ ପ୍ରସାଦ ନାଏକ ଓ ତାଙ୍କ କର୍ମଚାରୀଙ୍କ ଘରେ ଗତକାଲି ଆୟକର ବିଭାଗ ଚଢ଼ାଉ କରି ନଗଦ ୩୦କୋଟି ଟଙ୍କା ଜବତ କରିବା ପରେ ରାଜ୍ୟ ରାଜନୀତି ସରଗରମ ସରିଛି। ଆଜି ଦ୍ୱିତୀୟ ଦିନରେ ଡିଏନ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢାଉ ଜାରି ରଖିଛି। ଭୁବନେଶ୍ୱର ୟୁନିଟ୍-୪ ସ୍ଥିତ ପୋଷ୍ଟାଲ କଲୋନୀ ସମେତ କିଛି ସ୍ଥାନରେ ରେଡ୍ ଚାଲିଥିବା ସୂଚନା ମିଳିଛି। ଯେଉଁ କର୍ମଚାରୀଙ୍କ ଘରୁ ନଗଦ ୩୦କୋଟି ଟଙ୍କା ଜବତ ହୋଇଥିଲା ଆୟକର ବିଭାଗର କର୍ମଚାରୀ ତାଙ୍କୁ ପଚରାଉଚରା କରୁଥିବା ସୂଚନା ମଳିଛି। କର୍ମଚାରୀ ଜଣଙ୍କ ଏତେ ପରିମାଣର ଟଙ୍କା କେଉଁଠୁ ଆଣିଲେ ? କେଉଁ ଉଦ୍ଦେଶ୍ୟରେ ଓ କାହାଠାରୁ ଏତେ ଟଙ୍କା ଆଣି ଜଣେ କର୍ମଚାରୀ ନିଜ ଘରେ ଥାକ ମାରି ରଖିଥିଲେ ? ଏପରି ଗୁଡ଼େଇ ତୁଡ଼େଇ ଅନେକ ପ୍ରଶ୍ନ ପଚାରୁଛନ୍ତି ଆୟକର ଅଧିକାରୀ।
ରାଜଧାନୀରେ ଚାଲିଛି ବଡ଼ ଧରଣର ଆଇଟି ରେଡ୍। ଟିକସ ଫାଙ୍କିବା ଅଭିଯୋଗରେ ଭୁବନେଶ୍ୱରରେ ଆୟକର ବିଭାଗର ବଡ଼ ଚଢ଼ାଉ । ଡିଏନ୍ ହୋମ୍ସରେ ଦ୍ୱିତୀୟ ଦିନରେ ଚଢ଼ାଉ ଜାରି ରହିଛି। ଚଢ଼ାଉରେ ସାମିଲ ହୋଇଥିଲେ ୭ ଜଣିଆ ଟିମ୍ । ଗତକାଲି ରାତି ସାରା ଚଢ଼ାଉ ଜାରି ରଖିଥିଲା ଆୟକର ବିଭାଗ। ଏବେବି ପୋଷ୍ଟାଲ କଲୋନୀରେ ଜବତ ଟଙ୍କାକୁ ଗଣୁଛି ଆୟକର ବିଭାଗ। ଜବତ ଟଙ୍କାର ହିସାବ ଆୟକର ବିଭାଗକୁ ଦେଇ ପାରୁନାହାନ୍ତି ଚଦ୍ରଶେଖର ପଣ୍ଡା। ଆଜିବି ଡିଏନ ଗ୍ରୁପର ଅଧିକାରୀଙ୍କୁ ଆୟକର ବିଭାଗର ପଚରା ଉଚୁରା ଜାରି ରହିଛି। ଗତକାଲି ଯେଉଁ ଟଙ୍କା ଜବତ ହୋଇଥିଲା ସେ ନେଇ ଚାଲିଛି ପଚରା ଉଚୁରା ଚାଲିଛି । ଭୁବନେଶ୍ୱର ୟୁନିଟ୍-୪ ସ୍ଥିତ ଘରେ ପଚରାଉଚରା କରାଯାଉଛି ।
ଆଇଟି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ କରୁଛନ୍ତି ପଚରାଉଚରା । ଅତିରିକ୍ତ ନିର୍ଦ୍ଦେଶକ ଗୁରୁପ୍ରୀତ ସିଂଙ୍କ ପକ୍ଷରୁ ବିଭିନ୍ନ ଦିଗକୁ ନେଇ ପଚରାଉଚରା କରୁଛନ୍ତି ।ଗତକାଲି ଚଢାଉ ବେଳେ ୩୦ କୋଟି ନଗଦ ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିଲା । ୩ଟି ଟ୍ରଙ୍କ ଓ ଗୋଟିଏ ଆଟାଚିରୁ କେବଳ ୫୦୦ ଟଙ୍କିଆ ନୋଟ୍ ମିଳିଥିଲା । କମ୍ପାନୀର ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଘରେ ଚଢାଉ କରାଯାଇଥିଲା । ଟିକସ ଫାଙ୍କିବା ଅଭିଯୋଗରେ ୨୨ ସ୍ଥାନରେ ଏକକାଳୀନ ରେଡ୍ କରିଥିଲା ଆୟକର ବିଭାଗ । ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ମିଳିଛି । ତେବେ ଆୟକର ବିଭାଗ ଅଧିକାରୀ ଏସମ୍ପର୍କରେ କିଛି କହି ନାହାନ୍ତି । ଡିଏନ ହୋମସ୍ର ନିର୍ଦେଶକ ଚନ୍ଦ୍ର ଶେଖର ପଣ୍ଡାଙ୍କୁ କ୍ୱାର୍ଟରରୁ ଆୟକର ବିଭାଗକୁ ନେଇଥିଲେ ଟିମ୍ । କେଉଁଠୁ ଏତେ ଟଙ୍କା ଆସିଲା, କିଏ ଦେଇଥିଲା ଟଙ୍କା । କ’ଣ ପାଇଁ ଟଙ୍କା ଆସିଥିଲା, ଏହାର ହିସାବ ମାଗୁଛି ଆଇଟି ।
ସୂଚନା ଯେ, ଗତକାଲି ଭୁବନେଶ୍ୱର ସମେତ ପ୍ରାୟ ୨୦ଟି ସ୍ଥାନରେ ଥିବା ଡିଏନ ଗ୍ରୁପର ବ୍ୟବସାୟିକ ପ୍ରତିଷ୍ଠାନ, ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ନାୟକଙ୍କ ସମେତ ନିର୍ଦ୍ଦେଶକ, ଅଧିକାରୀ ଓ କର୍ମଚାରୀଙ୍କ ଘର ଉପରେ ଏକକାଳୀନ ଛାପା ମାରିଥିଲା ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ। ଭୁବନେଶ୍ୱର ଆଇଆରସି ଭିଲେଜରେ ଥିବା ଡିଏନ୍ ଗ୍ରୁପର ମୁଖ୍ୟ ଅଫିସରେ ମଧ୍ୟ ରେଡ୍ ହୋଇଥିଲା । ଚଢ଼ାଉ ବେଳେ ଡିଏନ ଗ୍ରୁପର ୟୁନିଟ୍-୪ ସ୍ଥିତ ପୋଷ୍ଟାଲ କଲୋନୀରେ ଥିବା ଜଣେ କର୍ମଚାରୀଙ୍କ ଘରୁ ନଗଦ ୩୦ କୋଟି ଟଙ୍କା କରାଯାଇଥିଲା।ଯାହାକୁ ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଯାଇଥିଲେ। ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ ଏତେ ପରିମାଣର ନଗଦ ଟଙ୍କା କିଭଳି ଜଣେ ବ୍ୟକ୍ତିଙ୍କ ପାଖକୁ ଆସିଲା ଓ ଏହି ନଗଦ ଟଙ୍କା କାହାର, ତାହା କଳାଟଙ୍କା ନୁହେଁ ତ ଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।
