୨୯୭ ଗ୍ରାମ ବ୍ରାଉନ ସୁଗର ଓ ନଗଦ ୧ଲକ୍ଷ ଟଙ୍କା ଜବତ, ଜଣେ ଗିରଫ
ବରଗଡ଼ : ବରଗଡ଼ ଜିଲାରେ ନିଶା କାରବାର ବଢି ଚାଲିଛି। ଚୋରାମଦ କାରବାର ସାଧାରଣରେ ପରିଣତ ହୋଇଯାଇଥିବା ବେଳେ ଜିଲାରେ ଏବେ ବ୍ରାଉନ ସୁଗର କାରବାର ବଢି ଚାଲିଛି। ଏହି ପରିପ୍ରେକ୍ଷୀରେ ବୁଧବାର ଜିଲା ଅବକାରୀ ବିଭାଗ ବରଗଡ଼ ସହରରୁ ୨୯୭ ଗ୍ରାମ ବ୍ରାଉନ ସୁଗର ଜବତ କରିଛି। ଏଥିରେ ସମ୍ପୃକ୍ତ ସ୍ଥାନୀୟ ମହାନ୍ତି ପଡାର ରାଜୁ ତାଣ୍ଡିଙ୍କୁ ଗିରଫ କରାଯାଇଛି। ତା ପାଖରୁ ନଗଦ ୧ଲକ୍ଷ ୨ହଜାର ଟଙ୍କା ମଧ୍ୟ ଜବତ ହୋଇଛି। ଅଭିଯୁକ୍ତକୁ ବରଗଡ଼ କୋର୍ଟକୁ ଚାଲାଣ କରାଯାଇଛି।
