୨୬ ଦିନ ପରେ ନିଖୋଜ ଯୁବକଙ୍କ ମୃତଦେହ ମାଟି ତଳୁ ଉଦ୍ଧାର କଲା ପୋଲିସ
କନ୍ଧମାଳ : ନିଖୋଜ ଯୁବକଙ୍କ ଗଳିତ ଶବ ଉଦ୍ଧାର କଲା ଖଜୁରୀପଡା ଥାନା ପୋଲିସ । ପ୍ରାୟ ୨୬ ଦିନ ତଳୁ ନିଖୋଜ ଥିଲେ ଯୁବକ ଜଣକ । ଯୁବକଙ୍କ ଗଳିତ ଶବକୁ ସୋମବାର ଦିନ ମାଟି ତଳୁ ଉଦ୍ଧାର କରିଛି ପୋଲିସ । ସୂଚନା ମୁତାବକ, ଖଜୁରୀ ପଡା ଥାନା ଅନ୍ତର୍ଗତ ନୂଆ ଗାଁ ପଚାଂୟତ ବ ।ଳିସୁଗ୍ରୀ ଗ୍ରାମର ବିନୋଦ ଜାନୀ (୩୫), ଗତ ସେପ୍ଟେମ୍ବର ମାସ ୨୯ ତାରିଖରେ ଘରୁ କେଉଁ ଆଡେ ଚାଲିଯାଇଥିଲେ । ପରିବାର ଲୋକେ ତାଙ୍କୁ ଅନେକ ଖୋଜାଖୋଜି କରିବା ପରେ କୌଣସି ସନ୍ଧ୍ରାନ ନପାଇବାରୁ ତାଙ୍କର ବାପା ଖଜୁରୀପଡା ଥାନାରେ ଏନେଇ ଏକ ଏତଲା କରିଥିଲେ । ଅଭିଯୋଗ ମୁତାବକ, ଖଜୁରୀପଡା ପୋଲିସ ଏକ ନିଖୋଜ ମାମଲା ରୁଜ୍ଜୁ କରି ଅନୁସନ୍ ନ୍ଧ ନ ଚଳାଇଥିଲେ । ତେବେ ଚଳିତ ମାସ ୭ ତାରିଖରେ ଗୁରୁବାର ଦିନ ବିନୋଦଙ୍କୁ କିଛି ଲୋକ ହତ୍ୟା କରିଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ଏକ ଅଭିଯୋଗ ହୋଇଥିଲା ।
ଏତଲା କ୍ରମେ ଖଜୁରୀପଡା ଥାନା ପୋଲିସ ଏକ ମାମଲା ୧୧୮/୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ସୋମବାର ଦିନ କିଛି ଗ୍ରାମବାସୀ ଗାଁ ନିକଟ ଏକ ସ୍ଥାନରୁ ଦୁର୍ଗନ୍ଧ ଆସୁଥିବା ନେଇ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ପୋଲିସ ସେହି ସ୍ଥାନରେ ପହଂଚି ଅନୁସନ୍ଧାନ କରିଥିଲା । ସେହି ସ୍ଥାନରେ ମାଟି ଖୋଳିବା ପରେ ବିନୋଦଙ୍କ ଗଳିତ ଶବ ମିଳିଥିଲା । ପୋଲିସ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପଠାଇଛି । ମୃତ୍ୟୁର କାରଣ ଜଣା ପଡିନଥିବା ବେଳେ ପୋଲିସ ଏ ସମ୍ପର୍କରେ ଅଧିକ ତଦନ୍ତ ଚଳାଇ ଥିବା ଥାନା ଅଧିକାରୀ ତିରୁପତି ଚୌଧୁରୀ ସୂଚନା ଦେଇଛନ୍ତି ।
