ଆଫଗାନିସ୍ତାନରେ ଖାଦ୍ୟ ସଂଙ୍କଟ! ଜାଲାଲାବାଦରେ ପହଞ୍ଚିଲା ଭାରତ ପଠାଇଥିବା ୨୫୦୦ ମେଟ୍ରିକ୍ ଟନ୍ ଗହମ
ନୂଆଦିଲ୍ଲୀ : ତାଲିବାନ ଆଫଗାନିସ୍ତାନ ଦଖଲ ପରେ ଦେଶରେ ଦେଖାଦେଇଛି ଖାଦ୍ୟ ସଂଙ୍କଟ। ଏହି ଜଟିଳ ପରିସ୍ଥିତିରେ ଆଫଗାନିସ୍ତାନକୁ ସାହାଯ୍ୟ କରିବାକୁ ଭାରତ ଆଗେଇ ଆସିଛି। ବୁଧବାର ଅଟ୍ଟାରି ସିମାରୁ ବାହାରିଥିବା ୨୫୦୦ ମେଟ୍ରିକ୍ ଟନ୍ ବୋଝେଇ ୫୦ଟି ଟ୍ରକ୍ ପାକିସ୍ତାନ ସିମା ଦେଇ ଶନିବାର ଜଲାଲାବାଦରେ ପହଁଞ୍ଚିଛି। ବୁଧବାର ଅଟ୍ଟାରି ସିମାରୁ ଟ୍ରକ୍ ଗୁଡ଼ିକ ବାହାରିବା ସମୟରେ ଭାରତରେ ଥିବା ଆଫଗାନିସ୍ତା ରାଷ୍ଟ୍ରଦୁତ୍ତ ଫରିଦ ମାମୁଣ୍ଡଜୟ ଉପସ୍ଥିତ ଥିଲେ।
ବୁଧବାର ପୂର୍ବାହ୍ନରେ ଭାରତ ତରଫରୁ ମାନବିକ ସହାୟତା ଜରିଆରେ ଭାରତ ଦେଇଥିବା ୨୫୦୦ ମେଟ୍ରିକ୍ ଟନ୍ ଗହମର ପ୍ରଥମ ପରିବହନ ସାମଗ୍ରୀ ଆଫଗାନିସ୍ତାନର ଜାଲାଲାବାଦରେ ପହଁଞ୍ଚିଥିବା ଫରିଦ ମାମୁଣ୍ଡଜୟ କହିଛନ୍ତି। ବୁଧବାର ଦିନ ଆଇସିପି ଅଟାରିରୁ ପାକିସ୍ତାନ ଦେଇ ଆଫଗାନିସ୍ତାନକୁ ୫୦ ଟି ଟ୍ରକ୍ ପଠାଯାଇଥିଲା।
