୨୪ ଟିକିଆ ହାତୀପଲଙ୍କ ଆତଙ୍କ, ଲୋକେ ଭୟଭୀତ
ପାଟଣା : ଚମ୍ପୁଆ ରେଞ୍ଜରେ ୨୪ ଟିକିଆ ହାତୀପଲଙ୍କ ଆତଙ୍କ । ଏକର ଏକର ଧାନ ଫସଲ ନଷ୍ଟ । ଗତ ଶୁକ୍ରବାର ବିଳମ୍ବିତ ରାତିରେ ହାତୀପଲ କରଞ୍ଜିଆ ରେଞ୍ଜରୁ ଆସି ଚମ୍ପୁଆ ରେଞ୍ଜକୁ ଧସେଇ ପଶିଥିବା ନେଇ ଜଣାପଡିଛି ।
ଜାମୁନାଳିଆ ନିକଟରେ ବୈତରଣୀ ନଦୀ ପାର ହୋଇ ଚମ୍ପୁଆ ରେଞ୍ଜକୁ ପ୍ରବେଶ କରିଛନ୍ତି । ଏବେ ହାତୀପଲ ବର୍ଦ୍ଧନା ଜଙ୍ଗଲରେ ଡେରା ପକାଇଛନ୍ତି । ଗାଁ ନିକଟରେ ହାତୀପଲ ଥିବାରୁ ଲୋକେ ଭୟଭୀତ ଅଛନ୍ତି ।
