୨୩ ଟିକିଆ ହାତୀପଲଙ୍କ ଉତ୍ପାତ ଜାରି, ଖାଇଗଲେ ଧାନ ବିଡା
ପାଟଣା : କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ହାତୀପଲ ଉପଦ୍ରବ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଖିରେଇଟାଙ୍ଗିରୀ ସେକ୍ସନ ଅଞ୍ଚଳରେ ୨୩ ଟିକିଆ ହାତୀପଲ ଉତ୍ପାତ ଜାରି ରଖିଛନ୍ତି । ଏହି ହାତୀପଲ ବଲାଣିପଶି, ପୁରୁଣିଆ, କେନ୍ଦେଇପଶି, ଜହ୍ନେଇପଶି ଅଞ୍ଚଳରେ ବିଲରେ ପାଚିଲା ଧାନ ଖାଇବା ସହ ଅମଳ ପାଇଁ କଟାଯାଇ ରଖା ଯାଇଥିବା ଶହ ଶହ ଧାନ ବିଡାକୁ ଖାଇ ନଷ୍ଟ କରିଛନ୍ତି । ଏବେ ଏହି ହାତୀପଲ ପଦ୍ମପୁର ସଂରକ୍ଷିତ ଜଙ୍ଗଲରେ ଡେରା ପକାଇ ଥିବାରୁ ଆଖପାଖ ଅଞ୍ଚଳର ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
ହାତୀପଲଙ୍କ ଉପରେ ବନ ବିଭାଗ ନଜର ରଖିଥିବା ବେଳେ ହାତୀପଲଙ୍କୁ ଦେଖିବାକୁ ହଜାର ହଜାର ଲୋକ ଭିଡ଼ ଜମାଇ ହାତୀ ଯିବା ଆସିବା କରିବା ରାସ୍ତାକୁ ଅବୋରଧ କରି ରଖୁଥିବାରୁ ହାତୀ ଘଉଡାଇବାରେ ବନ ବିଭାଗ ବିଫଳ ହେଉଛି l ଖୁବ ଶୀଘ୍ର ଏ ଅଞ୍ଚଳ ରୁ ହାତୀପଲଙ୍କୁ ଘଉଡ଼ାଇବା ପାଇଁ ଦାବି ହୋଇଛି ।
