ନେତାଜୀ ୟୁଥ କ୍ଲବର ୨୨ ତମ ବାର୍ଷିକ ସମାରୋହ
ରୂପସା : ବାଲେଶ୍ୱର ସଦର ବ୍ଲକ ହଳଦୀପଦା ପଞ୍ଚାୟତ ଅନ୍ତର୍ଗତ ନୟାପଡ଼ା ନେତାଜୀ ୟୁଥ କ୍ଲବର ୨୨ ତମ ବାର୍ଷିକ ସମାରୋହ ଅନୁଷ୍ଠିତ ହୋଇଛି ।
ଉତ୍ସବରେ ସମୟର ଚକ୍ର ପତ୍ରିକାର ସମ୍ପାଦକ ସର୍ବେଶ୍ୱର ଜେନା ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ବିଧାୟକ ସ୍ୱରୂପ କୁମାର ଦାସ ଉତ୍ସବକୁ ଉଦଘାଟନ କରି ନେତାଜୀ ସୁବାଷ ବୋଷ ଯୁବ ପ୍ରାଣର ସ୍ପନ୍ଦନ ଥିଲେ ବୋଲି ବକ୍ତବ୍ୟରେ କହିଥିଲେ । ମୁଖ୍ୟ ବକ୍ତା ବହିଘର ମୁଖ୍ୟ ତଥା ବିଶିଷ୍ଟ କବି ଅଭୟ ଦାସ ଯୋଗ ଦେଇ ଦେଶ ପାଇଁ ସଂଗ୍ରାମୀ ନେତାଜୀ ସୁବାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ । ସମ୍ମାନିତ ଅତିଥି ଜିଲା ପରିଷଦ ସଭ୍ୟ ସଞ୍ଜୟ ସେଠୀ, ସରପଞ୍ଚ ବରେନ୍ଦ୍ର ନାଥ ସେଠୀ, ପ୍ରେସ କ୍ଲବ ସଭାପତି ବାଞ୍ଛାନିଧି ଦେ, ଯୁବ ବିଜେଡି ବ୍ଲକ ସଭାପତି ବସନ୍ତ ପଣ୍ଡା, ସମାଜସେବୀ ସୁଶାନ୍ତ କର ପ୍ରମୁଖ ଯୋଗ ଦେଇଥିଲେ ।
କ୍ଲବ ସଭାପତି ରାଜୀବ ଦେଓ ବାବୁ ସ୍ୱାଗତ ଭାଷଣ, ଉପଦେଷ୍ଟା ବୈରାଗୀ ଜେନା ମଞ୍ଚ ସଂଯୋଜନା କରିଥିଲେ । ସମ୍ପାଦକ ବଂଶୀଧର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବାଞ୍ଛାନିଧି ଦେଙ୍କୁ ସାମ୍ବାଦିକ ଗୌରବ ସମ୍ମାନ, ମାର୍କଣ୍ଡ ବେହେରାଙ୍କୁ ଶବ ସେବା ସମ୍ମାନ, ପ୍ରତାପ ଚନ୍ଦ୍ର ସାହୁଙ୍କୁ ଶେଷ ସମୟର ସାଥି ସମ୍ମାନ, ଅମର କୁମାର ପାଳଙ୍କୁ ସମାଜ ସେବା ସମ୍ମାନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଶତାଧିକ ବୃଦ୍ଧ ବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । କର୍ମକର୍ତ୍ତା ଜଗନ୍ନାଥ ଜେନା, ଅବିନାଶ ବେହେରା, ଶ୍ରୀହରି ଧଳ, କାର୍ତ୍ତିକ ଜେନା, କାର୍ତ୍ତିକ ସେଠୀ, ନଗେନ ବାରିକ, ଜୟନ୍ତ ଜେନା, ଗଣେଶ ସେଠୀ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ ।
