ମୋଟର ଭେଇକିଲ ନିୟମ ଉଲଙ୍ଘନ ଅପରାଧରେ ୨୨ ଜଣଙ୍କ ଠାରୁ ଜୋରିମାନା ଆଦାୟ
କନ୍ଧମାଳ : ଗତ ୨୪ ଘଂଟା ମଧ୍ୟରେ ଜିଲା ପୋଲିସ କନ୍ଧମାଳ ଜିଲାର ବିଭିିନ୍ନ ସ୍ଥାନରେ ଗାଡି ଚେକିଂ ବେଳେ ମୋଟର ଭେଇକିଲ ନିୟମକୁ ଅମାନ୍ୟ କରିବା ଅପରାଧରେ ସମୁଦାୟ ୨୩୫ ଟି ଗାଡି ଚେକିଂ କରି ୫ ଜଣଙ୍କ ଡିଏଲ କ୍ୟାନ୍ସେଲ୍ କରାଯିବା ସହିତ ୧୬ ଜଣଙ୍କ ଠାରୁ ୧୩ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରିଛି ।
ଜିଲ୍ଲାରେ ୨ ଜଣଙ୍କ ନାମରେ ଅବକାରୀ ମାମଲା ରୁଜୁ କରାଯିବା ସହିତ ୧୦ ଲିଟର ଦେଶୀ ମଦ ଜବତ କରାଯାଇ ୨ ଜଣଙ୍କ ନାମରେ ନୋଟିସ ଜାରି କରାଯାଇଛି ବୋଲି ଏ ସଂପର୍କରେ କନ୍ଧମାଳ ପୋଲିସ୍ ଦ୍ୱାରା ଟ୍ୱିଟ କରି ସୂଚନା ଦେଇଛନ୍ତି ।
