ମୁଖ୍ୟମନ୍ତ୍ରୀଙ୍କ ୭୭ ତମ ଜନ୍ମଦିନ ଅବସରରେ ୨୧୨୧ ଦୀପ ଦାନ
ଦେବଗଡ଼ : ସାରା ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ ତମ ଜନ୍ମଦିବସ ପାଳନ କରାଯାଉଛି। ଏହି ଅବସରରେ ଆଜି ସନ୍ଧ୍ୟାରେ ସ୍ଥାନୀୟ କନକ ଦୁର୍ଗା ମନ୍ଦିରରେ ବିଜୁ ପରିବାର ପକ୍ଷରୁ ୨୧୨୧ ଦୀପ ପ୍ରଜ୍ବଳନ କରାଯାଇ ତାଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରାଯାଇଛି।
ଦେବଗଡ଼ ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇ, ବରିଷ୍ଠ ଆଇନଜୀବୀ କାମାକ୍ଷା ପ୍ରସାଦ ଗଙ୍ଗଦେବ, ତିଳେଇବଣି ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ବିଭୁତି ଗଙ୍ଗଦେବ, ସମ୍ବଲପୁର ଜିଲ୍ଲା ସମବାୟ ବ୍ୟାଙ୍କ ପୂର୍ବତନ ସଭାପତି ଅମରେନ୍ଦ୍ର ଗଙ୍ଗଦେବ, ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରତାପ କୁମାର ଦେବ ଓ ଯୁବ ସଂଗଠକ ରାଜକିଶୋର ଦାସଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ଦଳୀୟ କର୍ମୀ କନକ ଦୁର୍ଗା ମନ୍ଦିରରେ ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରିବା ସହ ୨୧୨୧ ଦୀପ ପ୍ରଜ୍ବଳିତ କରିଥିଲେ।
