କୁମୁଲି ଶିଶୁ ମନ୍ଦିରରେ ୨୦ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ବୋରିଗୁମ୍ମା : ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ କୁମୁଲି ସରସ୍ୱତୀ ଶିଶୁ ମନ୍ଦିରରେ ୨୦ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା।କୁମୁଲି ସରସ୍ୱତୀ ଶିଶୁ ମନ୍ଦିର ପରିଚାଳନା କମିଟିର ସଭାପତି ଦେବେନ୍ଦ୍ର କୁମାର ତ୍ରିପାଠୀ ଙ୍କ ସଭାପତିତ୍ୱ ରେ ଆୟୋଜିତ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ ଦେଇଥିଲେ।ବିଧାୟକ ଶ୍ରୀ ବାହିନୀପତି ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ ସରସ୍ୱତୀ ଶିଶୁ ମନ୍ଦିର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ।ଏହି ଭଳି ପବିତ୍ର ବିଦ୍ୟାଳୟ ରେ ପାଠ ପଢି ବହୁ ଛାତ୍ରଛାତ୍ରୀ ଆଗକୁ ଯାଇଛନ୍ତି।କୁମୁଲି ଗ୍ରାମର ପାଞ୍ଚ ଜଣ ଗରିବ ଶ୍ରେଣୀ ର ଛାତ୍ରଛାତ୍ରୀ ଙ୍କୁ ମାଗଣାରେ ନିଜେ ପଡାଇବା ପାଇଁ ୫୦ ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲେ।ସେହିଭଳି ବିଧାୟକ ପାଣ୍ଠିରୁ ସରସ୍ୱତୀ ଶିଶୁ ମନ୍ଦିର ର ବନ୍ଦନା ମଣ୍ଡପ ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ।ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ବିଧାୟକ ଶ୍ରୀ ବାହିନୀପତି କହିଥିଲେ।ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ ପରେ ଅତିଥି ମାନଙ୍କ ପରିଚୟ ପ୍ରଦାନ ପରେ ସମ୍ପାଦକ ମହେନ୍ଦ୍ର ଶତପଥୀ ବାର୍ଷିକ ବିବରଣୀ ପାଠ କରାଯାଇଥିଲା।ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ନୃସିଂହନାଥ ଶତପଥୀ ଓ ବାଳକୃଷ୍ଣ ଦେବତା ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।ସେହିଭଳି ମୁଖ୍ୟ ବକ୍ତା ଭାବେ ଜୟପୁର ଜୟପୁର ଶାରଦା ବିହାର ସରସ୍ୱତୀ ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ପ୍ରସନ୍ନ କୁମାର ବସ୍ତିଆ ଯୋଗ ଦେଇ କହିଥିଲେ ଯେ ସାରା ଦେଶରେ ପାଠ ପଢା ସହ ସଂସ୍କୃତି କୁ ବଞ୍ଚାଇ ରଖିବାରେ ସରସ୍ୱତୀ ଶିଶୁ ମନ୍ଦିର ସଫଳ ହୋଇଛି ଏଥିରେ କୌଣସି ଦ୍ବିମତ ନାହିଁ ବୋଲି କହିଥିଲେ।ପରେ ବାର୍ଷିକ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ତଥା ପ୍ରଥମ ଶ୍ରେଣୀରେ ଶୃତି ସାଇ ବେହେରା, ଦ୍ୱିତୀୟ ଶ୍ରେଣୀ ରେ ସାସ୍ବତୀ ମହାରଣା, ତୃତୀୟ ଶ୍ରେଣୀ ରେ ସତ୍ୟଜିତ ମଣ୍ଡଳ,ଚତୁର୍ଥ ଶ୍ରେଣୀ ରେ ସ୍ୱୟଂସିଦ୍ଧ ହୋତା ଓ ପଞ୍ଚମ ଶ୍ରେଣୀ ରେ ପ୍ରପିତା ପ୍ରିୟା ହୋତା ଙ୍କୁ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥି ମାନେ ପୁରସ୍କୃତ କରିଥିଲେ।କୁମୁଲି ସରସ୍ୱତୀ ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଏ.ଶଙ୍କର ରାଓ, ଗୁରୁଜୀ ଶିବ ଶଙ୍କର ଗୌଡ଼, ଗୁରୁମା ସସ୍ମିତା ମିଶ୍ର, ସ୍ନେହଲତା ଷଡଙ୍ଗୀ, ସନ୍ତୋଶି ଷଡଙ୍ଗୀ, ନମିତା ପାଣିଗ୍ରାହୀ, ରଶ୍ମିତା ଦାସ,ବର୍ଷାରାଣୀ ତନ୍ତି, ଭାରତୀ ଶତପଥୀ, ସ୍ନେହାଞ୍ଜଳି ପଣ୍ଡା, ମଞ୍ଜୁଶ୍ରୀ ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ।ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଚିତାକର୍ଷକ ରଂଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଗୁରୁଜୀ ରମେଶ ରାଓ ମଞ୍ଚ ପରିଚାଳନା କରିଥିଲେ।
