ସୋର ରେଳ ଷ୍ଟେସନ ନିକଟ ଟ୍ରାକରେ କଟି ୨ ଯୁବକଙ୍କ ମୃତ୍ୟୁ
ସୋର : ବାଲେଶ୍ୱର ଜିଲା ସୋର ଷ୍ଟେସନ ନିକଟରେ ଅଘଟଣ। ସୋର ରେଳ ଷ୍ଟେସନ ନିକଟ ଟ୍ରାକରେ କଟି ୨ ଯୁବକଙ୍କ ମୃତ୍ୟୁ । ରେଳ ଷ୍ଟେସନର ଅନତି ଦୂରରେ ଦୁଇଜଣ ଯୁବକ ପୃଥକ ଭାବେ ଟ୍ରେନରେ କଟି ମୃତ୍ୟୁବରଣ କରିଛନ୍ତି । ଜଣେ ସୋର ମଙ୍ଗଳପୁର ଓ ଅନ୍ୟଜଣେ ବିହାରର ହୋଇଥିବା ସୂଚନା । ସ୍ଥାନୀୟ ଯୁବକ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟଜଣେ ଟ୍ରେନରୁ ପଡ଼ି ପ୍ରାଣ ହରାଇଥିବା ସନ୍ଦେହ ।
ଗତ ଶୁକ୍ରବାର ବିଳମ୍ବିତ ରାତିରେ ଡାଉନ୍ ଜଗନ୍ନାଥ ଏକ୍ସପ୍ରେସରେ ମଙ୍ଗଳପୁର ଅଞ୍ଚଳର ଯୁବକ ହରେକୃଷ୍ଣ ପାଣ୍ଡେ କୋଲକତା ଯାଉଥିବା ବେଳେ ଟ୍ରେନରୁ ଖସି ପଡ଼ିଥିଲେ । ସେହିପରି ଏର୍ଣ୍ଣାକୁଲମ୍ ବିଶାଖାପାଟନା ଏକ୍ସପ୍ରେସରେ ଯାଉଥିବା ଟ୍ରେନ ପାଟନା ଅଞ୍ଚଳର ଯୁବକ ଅବଦୁଲ କାଦିରି ଭୋର ସମୟରେ ସୋର ଷ୍ଟେସନ ଟ୍ରେନ ଖସି ମୃତ୍ୟୁବରଣ କରିଛନ୍ତି। ରେଲୱେ ପୋଲିସ ମୃତଦେହକୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଛନ୍ତି।
