୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ
କନ୍ଧମାଳ : କନ୍ଧମାଳ ଜିଲା ଫିରିଙ୍ଗିଆ ପୋଲିସକୁ ବଡ ସଫଳତା । ଭୃଙ୍ଗିଯୋଡ଼ି ଗାଁରୁ ୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ ସହ ଘଟଣାରେ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଭୃଙ୍ଗିଯୋଡି ପଞ୍ଚାୟତର ମହୁଲିଙ୍ଗି ଆଗ୍ରାମର ନିଳାମ୍ବର କହଁର, ଦ୍ରୁହା ଗାଁର କଳଙ୍ଗା ଡି ଗାଲ ଓ ଥମାସ ଡି ଗାଲକୁ ବୋଲି ଜଣାପଡିଛି ।
ସୂଚନା ଯେ, ଏମାନେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ନେଇ ପୋଲିସ ନିକଟକୁ ଖବର ଆସିଥିଲା । ପୋଲିସ ମିଳିଥିବା ସୂଚନା ଆଧାରରେ ଚଢାଉ କରିଥିଲେ । ଏହି ଚଢାଉରେ ୨କ୍ୱିଣ୍ଟାଲ ଗଞ୍ଜେଇ ଜବତ ସହ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନେ ଏସବୁ ଗଞ୍ଜେଇକୁ ଚୋରା ଚାଲାଣ କରିବା ଲାଗି ରଖିଥିଲେ ବୋଲି ଫିରିଙ୍ଗିଆ ଥାନା ଅଧିକାରି ସୂଚନା ଦେଇଛନ୍ତି । ପୋଲିସ ୯୮/୨୧ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
