ଅନନ୍ତନାଗରେ ଆଉ ୨ ଆତଙ୍କବାଦୀ ନିହତ
ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀର ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ଅନନ୍ତନାଗ ଜିଲ୍ଲାର ପୋଶକ୍ରୀରୀ ଅଞ୍ଚଳର ଥଜୀବାରାରେ ସୁରକ୍ଷାବଳ ୨ ଆତଙ୍କବାଦୀଙ୍କୁ ନିପାତ କରିଛି । ଏହାପୂର୍ବରୁ ଗତକାଲି ମଧ୍ୟ ୨ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।
ଅନନ୍ତନାଗରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଏବେ ବି ଜାରି ରହିଛି । ଅନନ୍ତନାଗର ପୋଶକ୍ରୀରୀ ଅଞ୍ଚଳରେ ଆତଙ୍କବାଦୀ ଥିବା ନେଇ ସୂଚନା ମିଳିବା ପରେ ଘେରାବନ୍ଦୀ ଓ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଲାଇବାରୁ ଏହାର ଜବାବ ଦେବାକୁ ଯାଇ ସୁରକ୍ଷାବଳ ମଧ୍ୟ ଗୁଳି ଚଲାଇଥିଲେ।
