୨ ଏଟିଏମ ଲୁଟେରା ଗିରଫ
ଭୁବନେଶ୍ୱର : ଦୁଇ ଏଟିଏମ ଲୁଟେରା ଗିରଫ। ଏଟିଏମ୍ ଲୁଟେରାକୁ କାବୁ କରି ଲିଙ୍ଗରାଜ ଥାନା ପୋଲିସର ଜିମା ଦେଲେ ଲୋକେ । ଭୁବନେଶ୍ୱର ବଢେଇବାଙ୍କ ଛକରୁ ଜଣେ ଏଟିଏମ ଲୁଟେରାକୁ କାବୁ କରିଛନ୍ତି ସ୍ଥାନୀୟ ଲୋକେ । ଅଭିନବ ଉପାୟରେ ଟ୍ବିନ୍ ସିଟି ଭୁବନେଶ୍ୱର ଓ କଟକରୁ ଲୁଟ୍ କରୁଥିଲା ଲୁଟେରା ।
ସୂଚନା ଯେ, ଏଟିଏମ ମେସିନକୁ ଭାଙ୍ଗି ସେଥିରେ ଏକ ସ୍ୱତନ୍ତ୍ର ଡିଭାଇସ ଲଗାଉଥିଲେ ଲୁଟେରା । ଯାହାଦ୍ୱାରା ଏଟିଏମକୁ ଆସୁଥିବା ଗ୍ରାହକ ଟଙ୍କା ଉଠାଇ ପାରୁନଥିଲେ । ଗ୍ରାହକ ଯିବା ପରେ ଉକ୍ତ ଟଙ୍କାକୁ ଉଠାଇ ନେଉଥିଲେ ଲୁଟେରା । ଏନେଇ ଏଟି ଏମ କର୍ମଚାରୀଙ୍କ ସନ୍ଦେହ ହେବା ପରେ, ଲାଇଭ ସର୍ବିଲାନ୍ସ ମାଧ୍ୟମରେ ଦୁର୍ବୁତ୍ତଙ୍କୁ ଧରିଲେ ଏଟିଏମ ମେଣ୍ଟେନାସ କର୍ମଚାରୀ ଓ ସ୍ଥାନୀୟ ଲୋକେ । ଏନେଇ ଲିଙ୍ଗରାଜ ଥାନା ପୋଲିସକୁ ଖବର ଦିଆଯିବା ପରେ ପୋଲିସ ଘଟାଣସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ୨ଲୁଟେରାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
