ଗତ ୨୪ ଘଣ୍ଟାରେ ଦେଶରେ ୧୭୩ ନୂଆ କରୋନା ରୋଗୀ
ନୂଆଦିଲ୍ଲୀ : ଦେଶରେ କରୋନାର ନୁଆ ମାମଲା ଲଗାତର ଭାବେ କମି କମି ଚାଲିଛି । ଗତ ୨୪ ଘଣ୍ଟାରେ ସୋମବାର ସକାଳ ୮ଟା ସୁଦ୍ଧା ପୁରା ଦେଶରେ ସମୁଦାୟ ୧୭୩ ଜଣ ନୂଆ ରୋଗୀ ସାମନାକୁ ଆସିଥିବା ବେଳେ ଏହି ସମୟ ମଧ୍ୟରେ କରୋନାରୁ ଆରୋଗ୍ୟ ହୋଇ ଫେରିଥିବା ଲୋକଙ୍କ ସଂଖ୍ୟା ୨୦୭ ଜଣ ରେକର୍ଡକୁ ଆସିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ସୋମବାର ସକାଳ ସୁଦ୍ଧା ଦେଶରେ କରୋନାରୁ ସମୁଦାୟ ୪ କୋଟି ୪୧ ଲକ୍ଷ ୪୫ ହଜାର ୪୪୫ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି । କରୋନାର ରିକଭରି ରେଟ ୯୮.୦୮ ପ୍ରତିଶତ ଅଛି । ଦେଶରେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ଆଜିସୁଦ୍ଧା ସମୁଦାୟ ୧୨ ହଜାର ୪୨୨ ରେ ପହଁଚିଛି। ପ୍ରତିଦିନ ସଂକ୍ରମଣ ଦର ୦.୧୧ ପ୍ରତିଶତ ଅଛି । ଆଇ ସିଏମ୍ ଆର ଅନୁସାରେ ପୁର୍ବ ୨୪ ଘଣ୍ଟାରେ ୯୨.୯୫୫ ଲକ୍ଷରୁ ଅଧିକ ଟେଷ୍ଟ କରାଯାଇଅଛି । ସୋମବାର ସୁଦ୍ଧା ସମୁଦାୟ ୯୧ କୋଟି ୦୧ ଲକ୍ଷ କରୋନା ଟେଷ୍ଟ କରାଯାଇସାରିଲାଣି।
