ଷୋଡ଼ଶ ବ୍ରଜନାଥ ରଥ ସାରସତ୍ୱ ସମ୍ମାନ ଓ ସ୍ମୃତି ସମ୍ମାନ ଘୋଷିତ
ପ୍ରଫେସର ଆଦିକନ୍ଦ ସାହୁ, କବି ସୌରିନ୍ଧ୍ରୀ ସାହୁ ଓ ଡ. ସୁଶୀଳ ବାଗ ଗ୍ରହଣ କରିବେ ସମ୍ମାନ
ବାଲେଶ୍ୱର : କବି ବ୍ରଜନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ କବିଙ୍କ ଜୟନ୍ତୀରେ ପ୍ରଦାନ କରାଯାଉଥିବା ମର୍ଯ୍ୟାଦା ଜନକ କବି ବ୍ରଜନାଥ ରଥ ସାରସତ୍ୱ ସମ୍ମାନ, ସ୍ମୃତି ସମ୍ମାନ ଓ ସମ୍ବର୍ଦ୍ଧନା ଘୋଷଣା କରାଯାଇଛି । ଏଥିନିମନ୍ତେ ଟ୍ରଷ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସୁନହଟ ସ୍ଥିତ ବିଶ୍ୱତାରା ଓଡ଼ିଆ ଗବେଷଣା ଗ୍ରନ୍ଥାଗାରରେ ଅନୁଷ୍ଠିତ ହୋଇଥିଲା । ୨୦୨୩ମସିହା ପାଇଁ ବ୍ରଜନାଥ ରଥ ସାରସ୍ୱତ ସମ୍ମାନ ନିମନ୍ତେ ପ୍ରଫେସର ଆଦିକନ୍ଦ ସାହୁ, ବ୍ରଜନାଥ ରଥ ସ୍ମୃତି ସମ୍ମାନ ପାଇଁ କବୟିତ୍ରୀ ସୈରିନ୍ଧ୍ରୀ ସାହୁ ଓ ସମ୍ବର୍ନ୍ଧନା ପ୍ରଦାନ ନିମନ୍ତେ ଡ. ସୁଶୀଳ କୁମାର ବାଗଙ୍କ ନାମ ଚୟନ କରାଯାଇଛି । ଆସନ୍ତା ଜାନୁଆରୀ ୧୨ ତାରିଖ ପୂର୍ବାହ୍ନରେ କବିଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ସାରସ୍ୱତ ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯିବ । ଏହି ସମ୍ମାନରେ ନଗଦ ଅର୍ଥ ରାଶି ୨୫ହଜାର ଟଙ୍କା ଓ ୫ହଜାର ଟଙ୍କା ସହିତ ପ୍ରଶସ୍ତିପତ୍ର ତଥା ଅଙ୍ଗବସ୍ତ୍ର ପ୍ରଦାନ କରାଯିବ ।
ପ୍ରଫେସର ଆଦିକନ୍ଦ ସାହୁ ଓଡ଼ିଶାର ଜଣେ ଲବ୍ଧ ପ୍ରତିଷ୍ଟିତ ଶିକ୍ଷାବିତ୍ ଓ ସୁ-ସାହିତ୍ୟିକ ଭାବବେ ପ୍ରସିଦ୍ଧି ଲାଭ କରିଛନ୍ତି । ବାଲେଶ୍ୱର ଜିଲାରେ ଜନ୍ମିତ ପ୍ରଫେସର ସାହୁ ୫୦ରୁ ଉର୍ଦ୍ଧ୍ୱ ଓଡ଼ିଆ ସମାଲୋଚନା ସାହିତ୍ୟ, ଗଳ୍ପ ରଚନା କରିଥିବାବେଳେ ଜଣେ ସୁବକ୍ତା ଭୋବେ ସୁପରିଚିତ । ସେହିଭଳି ଭାବେ କବି ସୈରିନ୍ଧ୍ରୀ ସାହୁ କଟକ ସହରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ବାଲେଶ୍ୱରର ବହୁଭାବେ ଦୀର୍ଘ ୩୫ବର୍ଷ ଧରି ସାହିତ୍ୟ ପତ୍ରିକା ସାଗରିକା ଓ ଦୈନିକ ସମ୍ବାଦପତ୍ର ଧ୍ୱନିପ୍ରତିଧ୍ୱନିର ସମ୍ପାଦିକା ଭାବରେ ସୁକ୍ଷାତି ଅର୍ଜନ କରିଛନ୍ତି । ଛାତ୍ରୀ ଜୀବନରୁ ଶିଶୁ କବିତା, ଗଳ୍ପ ଓ ଉପନ୍ୟାସ ରଚନାରେ ସାଧାନାରତ ରହି ୧୫ରୁ ଉର୍ଦ୍ଧ୍ୱ ମୌଳିକ ଗ୍ରନ୍ଥର ରଚୟତ୍ରୀ ଭାବରେ ଖୁବ ପ୍ରସଂଶିତ । ନବପିଢ଼ିର ସହିତ୍ୟସାଧକ ଭାବେ ପଶ୍ଚିମ ଓଡ଼ିଶାର ବରପାଲି ଠାରେ ଜନ୍ମିତ କବି ଡ. ସୁଶୀଳ କୁମାର ବାଗ ଉଚ୍ଚଶିକ୍ଷା ଲାଭ କରି ବିଭିନ୍ନ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମର ସଫଳ ସାମ୍ବାଦିକ ଭାବେ ପରିଚୟ ଲାଭ କରିଥିବାବେଳେ ଆନେକ ଗବେଷଣା ଧର୍ମୀ ପୁସ୍ତକ ରଚନା କରିଛନ୍ତି । ବିଶେଷ ଭାବେ ବ୍ରଜନାଥ ସାହିତ୍ୟର ସେଜଣେ ନିରନ୍ତର ଉପାସକ । ଆସନ୍ତା ଜାନୁଆରୀ ୧୨ତାରିଖରେ ଦିବଙ୍ଗତ କବି ବ୍ରଜନାଥ ରଥଙ୍କ ୮୮ତମ ଜୟନ୍ତୀ ସହ ଟ୍ରଷ୍ଟର ୭ମ ବାର୍ଷିକ ସାରସତ୍ୱ ଉତ୍ସବ ପାଳନ ଅବସରରେ ଏହି ସମ୍ମାନ ପ୍ରଦାନ କରାଯିବ ।
