କିଭ୍ ଉପକଣ୍ଠରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୟୁକ୍ରେନ ଗୃହମନ୍ତ୍ରୀଙ୍କ ସହ ୧୬ ମୃତ
A view of the scene where a helicopter crashed on civil infrastructure in Brovary, on the outskirts of Kyiv, Ukraine, Wednesday, Jan. 18, 2023. The chief of Ukraine's National Police says a helicopter crash in a Kyiv suburb has killed 16 people, including Ukraine's interior minister and two children. He said nine of those killed were aboard the emergency services helicopter. (AP Photo/Daniel Cole)
କିଭ : ୟୁକ୍ରେନ ରାଜଧାନୀ କିଭ୍ ଉପକଣ୍ଠ ଏକ ବାଳାଶ୍ରମ ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ୟୁକ୍ରେନ ଗୃହମନ୍ତ୍ରୀଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ପିଲା ଅଛନ୍ତି। ଏହି ଦୁର୍ଘଟଣାରେ ଆହତ ୨୧ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ସେଥିମଧ୍ୟରୁ ୧୦ ଜଣ ଛୋଟ ପିଲା ଅଛନ୍ତି । ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ ହେଲିକପ୍ଟରଟି ପ୍ରଥମେ ବାଳାଶ୍ରମ କୋଠାକୁ ଧକ୍କା ଦେଇଥିଲା ଏବଂ ପରେ ନିକଟସ୍ଥ ଏକ ଆବାସିକ କୋଠା ନିକଟରେ ଖସିପଡିଥିଲା।
ବିମାନରେ ଗୃହମନ୍ତ୍ରୀ ଡାନିୟସ୍ ମୋନାଷ୍ଟିରସ୍କିଙ୍କ ସହ ଅନ୍ୟ ଆଠ ଜଣ ହେଲିକପ୍ଟରରେ ବସିଥିଲେ। ଦୁର୍ଘଟଣା ଘଟିବା ସମୟରେ ଅନ୍ଧାର ଏବଂ କୁହୁଡି ଥିଲା | ଅଧିକାରୀ କହିଛନ୍ତି ଯେ ଏହି ଦୁର୍ଘଟଣାରେ ଉପ ଗୃହମନ୍ତ୍ରୀ ଏବଂ ଷ୍ଟେଟ୍ ସେକ୍ରେଟାରୀ ଓ ମଧ୍ୟ ପ୍ରାଣ ହରାଇଛନ୍ତି । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ୟୁକ୍ରେନର ଷ୍ଟେଟ୍ ଏମର୍ଜନ୍ସି ସର୍ଭିସର ଥିଲା ବୋଲି ଦେଶର ପୋଲିସ୍ ମୁଖ୍ୟ ତାଙ୍କ ଫେସବୁକ୍ ପୋଷ୍ଟରେ କହିଛନ୍ତି ।
