ରାଜ୍ୟରେ ନୂଆ ୧୫ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୩୬୨୩୨ କୁ ବୃଦ୍ଧି ପାଇଛି । ନୂଆ ଚିହ୍ନଟ ୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣ କ୍ୱାରେଂଟାଇନ (ସଙ୍ଗରୋଧ)ରୁ ଏବଂ ୬ ଜଣ ଲୋକାଲ୍ କଂଟାକ୍ଟ (ସ୍ଥାନୀୟ ସମ୍ପର୍କ)ରୁ ରହିଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ନୂଆ ୪୦ ଜଣ ସୁସ୍ଥ ହେବା ପରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୬୭୬୮ ରେ ପହଂଚିଛି । ରାଜ୍ୟରେ ବର୍ତମାନ ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୦୮ ରହିଛି ।
ରାଜ୍ୟରେ ନୂଆ ଚିହ୍ନଟ ହୋଇଥିବା ୧୫ ସଂକ୍ରମିତଙ୍କ ମଧ୍ୟରୁ ବରଗଡ଼ ଜିଲ୍ଲାରେ ୨, ବଲାଙ୍ଗିର ଜିଲ୍ଲାରେ ୧, କଟକ ଜିଲ୍ଲାରେ ୩ ଏବଂ ଖୋର୍ଦ୍ଧା ଜିଲ୍ଲାରେ ୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ମୟୂରଭଞ୍ଜ ଜିଲ୍ଲାରେ ୧, ପୁରୀ ଜିଲ୍ଲାରେ ୧, ସମ୍ବଲପୁର ଜିଲ୍ଲାରେ ୨ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
