ଗଞ୍ଜେଇ ଚାଲାଣ ବେଳେ ୧୩ କିଗ୍ରା ଗଞ୍ଜେଇ ଜବତ, ୩ ଯୁବକ ଗିରଫ
କନ୍ଧମାଳ : ଖଜୁରୀପଡା ଥାନା ଅଧିନସ୍ଥ ଦୁତିମେଣ୍ଡି ଠାରେ ଗଞ୍ଜେଇ ସହ ୩ ଯୁବକଙ୍କୁ ଖଜୁରୀପଡା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗତକାଲି ବସ ଯୋଗେ ଯିବାପାଇଁ ମୟୂରଭଞ୍ଜ କପ୍ତିପଦା ଅଂଚଳର ୩ ଯୁବକ ଗଞ୍ଜେଇ ଧରି ଦୁତିମେଣ୍ଡି ଠାରେ ଅପେକ୍ଷା କରିଥିବାବେଳେ ପୋଲିସ ସେମାନଙ୍କୁ ସନ୍ଦେହରେ ଧରି ଥାନାକୁ ଆଣି ପଚରାଉଚରା କରିଥିଲା । କିନ୍ତୁ ପୂର୍ବରୁ ସୁଚନା ପାଇ ପୋଲିସ ଏକ ଘରୋଇ ବସକୁ ଅଟକାଇ ତନଖି କରୁଥିବା ବେଳେ ସବ୍ଇନସ୍ପେକ୍ଟର ଦୀନବନ୍ଧୁ ପ୍ରଧାନ ଏବଂ ଜଣେ କନେଷ୍ଟବଳ ଦୁତିମେଣ୍ଡିକୁ ବାଇକ୍ ରେ ଯାଇ ଯୁବକ ମାନଙ୍କୁ ଆଣି ଯାଂଚ କରିଥିବା ବେଳେ ବ୍ୟାଗରୁ ସମୁଦାୟ ୧୩ କେଜି ଗଂଜେଇ ରହିଥିବା ପୋଲିସ ସୁଚନା ଦେଇଛି । କପ୍ତିପଦା ଅଂଚଳର ବିରେନ କୁମାର ନାୟକ, ଧିରେନ କୁମାର ନାୟକ ଏବଂ ତପନ କୁମାର ପାତ୍ରଙ୍କ ନାମରେ ୧୯/୨୩ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ସବଇନସ୍ପେକ୍ଟର ଉଦ୍ଧବ କୁମାର ଯାନୀ ଏହି ମାମଲାର ତଦନ୍ତ କରୁଥିବା ସୁଚନା ଖଜୁରୀପଡା ଥାନା ଅଧିକାରୀ ଗେଲ୍ଲୀ କୁମାରୀ ସାହୁ ସୁଚନା ଦେଇଛନ୍ତି ।
