ଆଜି ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ, ଜାତୀୟ ରାଜପଥ ଅବରୋଧ
ରାଉରକେଲା : ଆଜି ବୀରମିତ୍ରପୁରରେ ୧୨ଘଂଟିଆ ବନ୍ଦ । ରାସ୍ତା ଦୂରାବସ୍ଥା ନେଇ ଏହି ବନ୍ଦ ଡାକରା ଦେଇଛି ବୀରମିତ୍ରପୁର ବିକାଶ ମଞ୍ଚ । ବୀରମିତ୍ରପୁର ପୁର୍ବରୁ ୩ କିଲୋମିଟର ଝାଡ଼ଖଣ୍ଡ ସୀମା ପର୍ଯ୍ୟନ୍ତ ଖାଲ ଖମାରେ ଭର୍ତ୍ତି ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଛୋଟବଡ଼ଦୁର୍ଘଟଣା ମନ ଘଟିବା ସହ ଜୀବନ ମଧ୍ୟ ଯାଉଛି । ତଥାପି ଜିଲା ପ୍ରଶାସନ ନିରବଦଷ୍ଟା ସାଜିଛି । ଶେଷରେ ବାଧ୍ୟ ହୋଇ ବୀରମିତ୍ରପୁର ବିକାଶ ମଞ୍ଚ ପୁଣି ବନ୍ଦ ଡାକରା ଦେଇଥିଲା।
କେବଳ ଜରୁରୀ ସେବାକୁ ବାଦ ଦେଇ ଦୋକାନ ବଜାର ବନ୍ଦ, ସରକାରୀ ବେସରକାରୀ ଅନୁଷ୍ଠାନ ପ୍ରତିଷ୍ଠା ଶିକ୍ଷା ଅନୁଷ୍ଠାନ ବନ୍ଦ ସହ ଗାଡି ସଂପୂର୍ଣ୍ଣ ଚଳାଚଳ ଠପ୍ ରହିଛି । ରାଉରକେଲାରୁ ଝାଡ଼ଖଣ୍ଡ ଭାୟା ବୀରମିତ୍ରପୁର ଚଳାଚଳ ଠପ୍ ହୋଇଛି । ରାସ୍ତା କଡରେ ଛିଡା ହୋଇ ରହିଛି ଶହ ଶହ ଟ୍ରକ୍ । ବିକାଶ ମଂଚର ଦାବି ଟେଣ୍ଡର ହୋଇଛି କି କାହିଁକି ହେଉନାହିଁ ଜାତୀୟ ରାଜପଥ ତିଆରି ହେଉନାହିଁ । ଯଦି ଏହି ବନ୍ଦ ଡାକରାକୁ ଭୁକ୍ଷେପ ନକରି ଅଗାମୀ ଦିନରେ ଅନିଦ୍ଧିଷ୍ଟ କାଳ ପାଇଁ ରାସ୍ତା କରାଯିବ ଅବରୋଧ କରାଯିବ ବୋଲି କଡା ଚେତାବନୀ ଦେଇଛି ବୀରମିତ୍ରପୁର ବିକାଶ ମଂଚ ।
ସୂଚନା ଯେ, ଗତ ଅକ୍ଟୋବର ୧୭ ତାରିଖରେ କେବଳ ଗାଡି ଚଳାଚଳ ୧୨ ଘଂଟିଆ ବନ୍ଦ ଡାକରା ଦେଇଥିଲା ବୀରମିତ୍ରପୁର ବିକାଶ ମଞ୍ଚ । ପରେ ନେସନାଲ ହାଇଓ୍ୱେ ଅଥରଟି ଅଫ ଇଣ୍ଡିଆ (ଏନଏଚଆଇ) କର୍ତ୍ତୃପକ୍ଷ ୧୦ ଦିନ ଭିତରେ କାମ ସାରିବାକୁ ପ୍ରତିଶୃତି ଦେବା ପରେ ହଟିଥିଲା ଆନ୍ଦୋଳନ । ହେଲେ କର୍ତ୍ତୃପକ୍ଷ ଦେଇଥିବା ପ୍ରତିଶୃତି ପାଳନ ନହେବାର ଆଜି ପୁଣି ବୀରମିତ୍ରପୁର ବିକାଶ ମଂଚ ୧୨ ଘଂଟିଆ ବନ୍ଦ ଡ଼ାକରା ଦେଇଛି ।
