ଦଶପଲ୍ଲା : ଦଶପଲ୍ଲାର ଆଦିବାସୀ "କୁଇ" ଉନ୍ନୟନ ସଂଘ ପକ୍ଷରୁ କନ୍ଧମେଳି ସହୀଦଙ୍କ ୧୦୯ତମ ସ୍ମୃତି ଚାରଣ ସମାରୋହ ବୁଧବାର ଦିନ ସ୍ଥାନୀୟ ମେଳିଆ ତୋଟା ନିକଟରେ ସହୀଦ ସ୍ତମ୍ଭ ଠାରେ ଅନୁଷ୍ଠିତ ହୋଇଯାଇଛି ।ସଂଘ ସଭାପତି ନିତ୍ୟାନନ୍ଦ ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଦଶପଲା ବ୍ଳକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ, ଏନଏସି ଅଧ୍ୟକ୍ଷା ଇଂ ପୁନମ୍ ପ୍ରିୟଦର୍ଶିନୀ , ମହାବୀର ବଣିକ ମହାସଂଘ ସଭାପତି ଅଲେଖ ସାହୁ,ପଦ୍ମଲାଭ କହଁର,ରାମଚରଣ ମଳିକ ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ । ଇତ୍ୟବସରରେ ସହୀଦ ମାନଂକ ମହାନ ଗୁଣାବଳୀ ର ସ୍ମୃତି ଚାରଣ ସହିତ ସେମାନଙ୍କ ପ୍ରତି ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା l ସମାଜସେବୀ ଫୁଲୋଚନ କହଁର ,କଳାକାର ଚୈତନ୍ଯ ଜାନୀ,ସାମ୍ବାଦିକ ପ୍ରୀୟବ୍ରତ ଆଚାର୍ଯ୍ୟ, ସଂଜୀବ ସାହୁ ,ପ୍ରଫୁଲ୍ଲ କୁମାର ପଣ୍ଡା ଓ ପ୍ରଫୁଲ୍ଲ କୁମାର ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ବିଶ୍ବନାଥ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।ସଂପାଦକ ଜଗମୋହନ ମଳିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
Post Views: 56,201