ମେଡିକାଲ କର୍ମଚାରୀ ସଂଘ ପକ୍ଷରୁ ବିଶ୍ୱନାଥ ପଣ୍ଡିତଙ୍କ ୧୦୪ତମ ଜୟନ୍ତୀ
କଟକ : ସମାଜବାଦୀ ନେତା, ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ବିଧାୟକ ଓ ଓଡିଶା ମେଡିକାଲ କର୍ମଚାରୀ ସଂଘର ପୂର୍ବତନ ସଭାପତି ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତଙ୍କ ୧୦୪ତମ ଜୟନ୍ତୀ କଟକ ମେଡିକାଲ କର୍ମଚାରୀ ସଂଘ ପକ୍ଷରୁ ଚାନ୍ଦିନୀଚୌକ ସ୍ଥିତ ବ୍ରାହ୍ମଣବାଡି ବାସଭବନ ଠାରେ ଥିବା ପଣ୍ଡିତଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ରାଉତ, ଜିଲ୍ଲା ସଭାପତି ନବଘନ ପରିଡା, ସମ୍ପାଦକ ପ୍ରଫୁଲ ଚନ୍ଦ୍ର ଗୋଛାୟତ୍, ଯୁଗ୍ମ ସମ୍ପାଦକ ମନୋରଞ୍ଜନ ବେହେରା, ନୁର ଖାଁ, ପ୍ରଶାନ୍ତ କୁମାର ଶତପଥୀ, ଗୋପାଳ ବେହେରା, ସେକ ମଞ୍ଜୁର, ନବକିଶୋର ଜେନା, ମାୟଧର ନାୟକ, ରାମଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
