୧୦୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
କୋରାପୁଟ : ଗଞ୍ଜେଇ ଚାଲାଣ ବେଳେ ଜୟପୁର ସଦର ପୋଲିସ ଚଢ଼ଉ କରିଛି । ଏହି ମାମଲାରେ ଜଣକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ କୋରାପୁଟ ଜିଲାର ମହେଶ ତଲବ (୧୯) ।
କୋରାପୁଟ ଜିଲା ସୁଙ୍କିର ସୀମାନ୍ତ ଅଂଚଳରୁ ଗଞ୍ଜେଇ ନେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବେଳେ ଜାତୀୟ ରାଜପଥ ନଂ ୨୬ର ଜୟପୁର ଘାଟିରେ ସଦର ପୋଲିସ ଚଢ଼ଉ କରିଥିଲା । ସଦର ଥାନା ଏସଆଇ ଏନ.କେ. ଟୋପୋ କୌଣସି ସୂତ୍ରରୁ ଏ ସମ୍ପର୍କରେ ସୂଚନା ପାଇ ସଦଳବଳେ ଚଢ଼ଉ କରିଥିଲେ । ଟାଟା ଇଣ୍ଡିଗୋ କାର୍ ରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ଚଢ଼ଉ କରିଥିଲା । ଚଢ଼ଉ କରି ୧୦୨ କେଜି ଗଞ୍ଜେଇ ଜବତ କରିଥିଲା । ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ୨୦ ହଜାର ଟଙ୍କା ହେବ । ଗିରଫ ଅଭିଯୁକ୍ତ ଠାରୁ ୨ଟି ମୋବାଇଲ ଓ ଗଞ୍ଜେଇ ଚାଲାଣରେ ବ୍ୟବହୃତ କାର୍ କୁ ଜବତ କରାଯାଇଥିବା ନେଇ ଏସଡିପିଓ ଅରୁପ ଅଭିଷେକ ବେହେରା ସୂଚନା ଦେଇଛନ୍ତି ।
