ଆଇପିଏଲ୍-୨୦୨୨ ଖେଳିବେ ୧୦ଟି ଟିମ୍
ନୂଆଦିଲ୍ଲୀ :ୟୁନାଇଟେଡ ଆରବ ଇମିରାତ (ୟୁଏଇ)ରେ ଆସନ୍ତା ସେପ୍ଟେମ୍ବର ୧୯ରୁ ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ୨ୟ ପର୍ଯ୍ୟାୟ ମ୍ୟାଚ ଗୁଡ଼ିକ ଖେଳାଯିବ । ଯଦି ଏହି ମ୍ୟାଚରେ ଅଧିକ ଲୋକଙ୍କର ଭିଡ଼ ରହେ, ତେବେ କୌଣସି ସମସ୍ୟା ହେବ ନାହିଁ ବୋଲି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) କହିଛି । ପୂର୍ବରୁ ଇମିତେ କ୍ରିକେଟ ବୋର୍ଡ ସାଧାରଣ ସଂପାଦକ ମୁର୍ବାଶୀ ଉସମାନୀ କହିଥିଲେ ବୋର୍ଡ ବିସିସିଆଇ ଏବଂ ସ୍ଥାନୀୟ ସରକାରଙ୍କ ସହିତ ଆଲୋଚନା କରିବ ଯେ ପଡ଼ିଆରେ କେତେ ଭିଡ଼ କରାଯାଇପାରିବ । ଏହାକୁ ନେଇ ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମାଲ କହିଛନ୍ତି କୋଭିଡ-୧୯କୁ ଦୃଷ୍ଟିରେ ରଖି ଭିଡ଼ କରାଯିବ ।
ଧୁମାଲ କହିଛନ୍ତି ଯେ, ୟୁଏଇ ସରକାର ଏଥର ଭିଡ଼କୁ ମଧ୍ୟ ଅନୁମତି ପ୍ରଦାନ କରିଛନ୍ତି । କିନ୍ତୁ ଯେଉଁମାନେ ଷ୍ଟାଡ଼ିୟମ ଭିତରକୁ ଯିବେ କରୋନା ଟିକା ନେଇଥିବାର ଦରକାର । ଷ୍ଟାଡ଼ିୟମ ଭିତରେ କରୋନା ଗାଇଡଲାଇନ ପାଳନ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ । ଷ୍ଟାଡ଼ିୟମରେ ୬୦ ପ୍ରତିଶତ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିପାରିବ । ସେହିପରି ଆଇପିଏଲ-୨୦୨୨ରେ ୨ଟି ନୂଆ ଟିମ ଯୋଡ଼ିହେବେ । ସମସ୍ତେ ଆଇପିଏଲ ଦେଖୁଛନ୍ତି । ଆମେ ଆଶା କରୁଛୁ ଯେ, ୟୁଏଇରେ ଏକ ଆକର୍ଷଣୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ ହେବ । ୮ଟି ଟିମକୁ ନେଇ ଖେଳାଯାଉଥିବା ଆଇପିଏଲର ଏହା ହେଉଛି ଶେଷ ସଂସ୍କରଣ । କାରଣ ପରବର୍ତ୍ତୀ ସମୟରେ ଆଇପିଏଲରେ ୧୦ଟି ଟିମ ଖେଳିବେ ।
