୧୦ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ସେବା ଡିସେମ୍ବର ଶେଷ ପର୍ଯ୍ୟନ୍ତ ବୃଦ୍ଧି
ଭୁବନେଶ୍ୱର : ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ଚଳାଚଳ କରୁଥିବା କେତେକ ଦୂରଗାମୀ ସ୍ୱତନ୍ତ୍ର ଟ୍ରେନ ସେବାକୁ ଡିସେମ୍ବର ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହା ମଧ୍ୟରେ ୨ ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ସେବାକୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ବୃଦ୍ଧି ଏବଂ ୧୦ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ସେବାକୁ ଡିସେମ୍ବର ଶେଷ ପର୍ଯ୍ୟନ୍ତ ବଢ଼ାଯାଇଛି। ଡିସେମ୍ବର ଶେଷ ପର୍ଯ୍ୟନ୍ତ ଚଳାଚଳ ବୃଦ୍ଧି ହୋଇଥିବା ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ହେଲା ହଟିଆ-ଯଶୋବନ୍ତପୁର-ହଟିଆ ସ୍ୱତନ୍ତ୍ର ଟ୍ରେନ୍( ୦୨୮୩୫/୦୨୮୩୬) ହଟିଆରୁ ଡିସେମ୍ବର ୨୮ ପର୍ଯ୍ୟନ୍ତ ଓ ଯଶୋବନ୍ତପୁରରୁ ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ହାଓଡ଼ା-ମହୀଶୂର-ହାଓଡ଼ା ସ୍ବତନ୍ତ୍ର ଟ୍ରେନ୍(୦୮୧୧୭/୦୮୧୧୮) ଡିସେମ୍ବର ୩୧ ପର୍ଯ୍ୟନ୍ତ ଓ ମହୀଶୂରରୁ ଜାନୁଆରି ୨ ପର୍ଯ୍ୟନ୍ତ ଚଳାଚଳ କରିବ।
ସେହିପରି ହାଓଡ଼ା-ହାଇଦ୍ରାବାଦ-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ୍(୦୮୬୪୫/୦୮୬୪୬), ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ୍( ୦୨୮୭୩/୦୨୮୭୪), ହାଓଡ଼ା-ଭାସ୍କୋଡାଗାମା-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ୍( ୦୮୦୪୭/୦୮୦୪୮), ହାଓଡ଼ା-ପଣ୍ଡିଚେରୀ-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ୍(୦୨୮୬୭/୦୨୮୬୮), ହାଓଡ଼ା-ପୁରୀ-ହାଓଡ଼ା ସ୍ବତନ୍ତ୍ର ଟ୍ରେନ୍(୦୨୮୩୭/୦୨୮୩୮), ହାଓଡ଼ା-ଏର୍ଣ୍ଣାକୁଲମ-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ୍(୦୨୮୭୭/୦୨୮୭୮), ସାଲିମାର-ସିକନ୍ଦରାବାଦ-ସାଲିମାର ସ୍ୱତନ୍ତ୍ର ଟ୍ରେନ୍(୦୨୪୪୯/୦୨୪୫୦), ହଟିଆ-ବେଙ୍ଗାଲୁରୁ କ୍ୟାଣ୍ଟ-ହଟିଆ ସ୍ୱତନ୍ତ୍ର ଟ୍ରେନ୍(୦୮୬୩୭/୦୮୬୩୮) ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ମଙ୍ଗଳବାର ହାଓଡ଼ାରୁ ଛାଡୁଥିବା ଏବଂ ଗୁରୁବାର ଯଶୋବନ୍ତପୁରରୁ ଛାଡୁଥିବା ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା( ୦୮୦୮୭/୦୮୦୮୮) ଏସି ସ୍ବତନ୍ତ୍ର ସେବା ହାଓଡ଼ାରୁ ଜାନୁଆରି ୪ରୁ ଏବଂ ଯଶୋବନ୍ତପୁରରୁ ଜାନୁଆରି ୬ରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚାଲିବ। ପ୍ରତି ଶନିବାର ହାଓଡ଼ାରୁ ଓ ରବିବାର ତିରୁପତିରୁ ଛାଡ଼ୁଥିବା ହାଓଡ଼ା-ତିରୁପତି-ହାଓଡ଼ା(୦୮୦୮୯/୦୮୦୯୦) ଏସି ସ୍ବତନ୍ତ୍ର ହାଓଡ଼ାରୁ ସେପ୍ଟେମ୍ବର ୧୧ରୁ ଏବଂ ତିରୁପତିରୁ ସେପ୍ଟେମ୍ବର ୧୨ରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।
