ଭୁଲ୍ ନିଷ୍ପତି ଶୁଣାଇବା ଅଭିଯୋଗରେ ଅମ୍ପାୟରଙ୍କୁ ହତ୍ୟା ଘଟଣାସ୍ଥଳରେ ୧ ପ୍ଲାଟୁନ ଫୋର୍ସ ମୁତୟନ
କଟକ : କଟକ ଜିଲ୍ଲା ଚୌଦ୍ୱାର ମହିଷାଲଣ୍ଡା ପଂଚାୟତରେ କ୍ରିକେଟ ଖେଳରୁ ମହାଭାରତ ଦେଖିବାକୁ ମିଳିଛି । ଭୁଲ୍ ନିଷ୍ପତି ଶୁଣାଇବା ଅଭିଯୋଗରେ ଅମ୍ପାୟର ଲକି ରାଉତଙ୍କୁ ହତ୍ୟା କରାଯାଇଛି । ଛୁରାମାଡ ସହ ପଛପଟୁ ବ୍ୟାଟରେ ପିଟିଥିଲେ ଦୁଇ ଅଭିଯୁକ୍ତ । ଫଳରେ ସେ ଗୁରୁତର ହୋଇପଡିଥିଲେ । ତାଙ୍କୁ ତୁରନ୍ତ କଟକ ବଡ଼ ମେଡ଼ିକାଲରେ ଭର୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆକ୍ରମଣକାରୀ ଦୁଇ ଯୁବକଙ୍କ ମଧ୍ୟରୁ ଜଣକୁ କାବୁ କରିଛନ୍ତି ଗ୍ରାମବାସୀ । ଗ୍ରାମବାସୀ ଧରିଥିବା ଅଭିଯୁକ୍ତ ଯୁବକକୁ ପୋଲିସର ଜିମା ଦେଇଛନ୍ତି । ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି ଚୌଦ୍ୱାର ପୋଲିସ । ଅନ୍ୟପକ୍ଷରେ ସ୍ଥିତି ଉତେଜନାପୂର୍ଣ୍ଣ ଥିବାରୁ ଘଟଣାସ୍ଥଳରେ ୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।
