ଜିଲା ପରିଷଦ ସଭାପତିଙ୍କ ଚୂଡ଼ାନ୍ତ ସଂରକ୍ଷଣ ତାଲିକା, ଜାଣନ୍ତୁ କାହା ପାଇଁ କେତେ ପଦବୀ ସଂରକ୍ଷିତ
ଭୁବନେଶ୍ୱର : ଜିଲା ପରିଷଦ ସଭାପତିଙ୍କ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶିତ । ମୋଟ ୪୦ଟି ଜିଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ପଞ୍ଚାୟତିରାଜ ବିଭାଗ ତରଫରୁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଅନୁସୂଚିତ ଜାତି, ଜନଜାତି ଓ ମହିଳାମାନଙ୍କ ପାଇଁ ଏହି ସଂରକ୍ଷଣ ତାଲିକା । କେବଳ ମହିଳାଙ୍କ ପାଇଁ ୭ଟି ଜିଲା ସଂରକ୍ଷିତ ଥିବା ବେଳେ ୫୦ ପ୍ରତିଶତ ଅର୍ଥାତ ୧୫ଟି ଜିଲାରେ ମହିଳାମାନେ ସଭାପତି ପଦରେ ବସିବେ । ଅନୁସୂଚିତ ଜାତିଙ୍କ ପାଇଁ ୫ ଅଧ୍ୟକ୍ଷ ପଦବୀ ସଂରକ୍ଷିତ ଘୋଷଣା ହୋଇଛି । ୧୦ଟି ଜିଲା ପରିଷଦ ଅଧ୍ୟକ୍ଷ ପଦ ଅଣ ସଂରକ୍ଷିତ ଘୋଷଣା ରହିଛି । ପୂର୍ବରୁ ସଂରକ୍ଷଣ ତାଲିକାରୁ ପଛୁଆ ଜାତି ସଂରକ୍ଷଣ ହଟିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ପଞ୍ଚାୟତି ରାଜ ବିଭାଗ ପକ୍ଷରୁ ସଂରକ୍ଷଣ ତାଲିକା ବାଦ ଦିଆଯାଉଥିଲା।
ପ୍ରକାଶ ପାଇଥିବା ବିଜ୍ଞପ୍ତି ମୁତାବକ ଅନୁଗୋଳ, କଟକ ଜିଲା ପାଇଁ ଅଣସଂରକ୍ଷିତ , କଳାହାଣ୍ଡି, କେଉଁଝର ଜିଲା ପାଇଁ ଅଣସଂରକ୍ଷିତ, ଗଜପତି, ଦେବଗଡ଼, ନୟାଗଡ଼ ଜିଲା ପାଇଁ ଅଣସଂରକ୍ଷିତ ରହିଥିବା ବେଳେ କନ୍ଧମାଳ ଜିv ପାଇଁ ଏସ୍ଟି (ମହିଳା), କୋରାପୁଟ ଜିଲା ପାଇଁ ଏସ୍ଟି (ମହିଳା), ନବରଙ୍ଗପୁର ଜିଲା ପାଇଁ ଏସ୍ଟି, କେନ୍ଦ୍ରାପଡ଼ା ଜିଲା- ଏସ୍ସି (ମହିଳା) ରହିଛି । ସେହିପରି ଜଗତସିଂହପୁର- ଏସ୍ଟି, ଖୋର୍ଦ୍ଧା, ଝାରସୁଗୁଡ଼ା ଓ ଢେଙ୍କାନାଳ ଜିଲା ପାଇଁ (ମହିଳା), ନୂଆପଡ଼ା- ମହିଳା, ପୁରୀ- ମହିଳା, ବଲାଙ୍ଗିର- ମହିଳା, ସମ୍ବଲପୁର- ମହିଳା, ଗଞ୍ଜାମ- ମହିଳା, ବରଗଡ଼ – ବାଲେଶ୍ବର ଓ ସୋନପୁର ଜିଲା ପାଇଁ ଅଣ ସଂରକ୍ଷିତ, ବୌଦ୍ଧ- ଭଦ୍ରକ, ଯାଜପୁର ଜିଲା ପାଇଁ ଏସ୍ସି, ମୟୂରଭଞ୍ଜ ଓ ମାଲକାନଗିରି ଜିଲା ପାଇଁ ଏସ୍ଟି, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲା ପାଇଁ ଏସ୍ଟି ରହିଛି ।
ସୂଚନା ଯେ, ରାଜ୍ୟରେ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଛି । ପଂଚାୟତ ନିର୍ବାଚନ ଯୋଗୁ ଓମିକ୍ରନ ସଂକ୍ରମଣ ଆହୁରି ବଢ଼ିପାରେ । ଏହାକୁ ଆଖି ଆଗରେ ରଖି ନିର୍ବାଚନ କମିଶନ ଆସନ୍ତା ୧୦ତାରିଖରେ ସମସ୍ତ ରାଜନୀତିକ ଦଳଗୁଡ଼ିକ ସହ ଓ ୧୨ତାରିଖରେ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ଜିଲାପାଳ-ଏସପିମାନଙ୍କ ବୈଠକ ଡାକିଛନ୍ତି।
