ନେହୁରୁ ଯୁବକେନ୍ଦ୍ର ପକ୍ଷରୁ ଯୁବ ସଂସଦ କାର୍ଯ୍ୟକ୍ରମ
କୋଣାର୍କ : ଭାରତ ସରକାରଙ୍କ କ୍ରୀଡା ଓ ଯୁବବ୍ୟାପର ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ପୁରୀ ଜିଲ୍ଲା ନେହୁରୁ ଯୁବକେନ୍ଦ୍ର ପକ୍ଷରୁ କୋଣାର୍କ ଯାତ୍ରୀ ନିବାସ ଠାରେ ମଙ୍ଗଳବାର ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନେହୁରୁ ଯୁବ କେନ୍ଦ୍ର ଓ ବସନ୍ତ ମଞ୍ଜରୀ ପାଠାଗାରର ମିଳିତ ସହଯୋଗରେ ଆୟୋଜିତ କର୍ଯ୍ୟକ୍ରମକୁ ପ୍ରେରଣାର ନିର୍ଦେଶକ ତଥା ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀ ଚନ୍ଦନ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ବସନ୍ତ ମଞ୍ଜରୀ ପାଠାଗାର ର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ , ରେଡ଼ିଓ ନମସ୍କାର ଅଧକ୍ଷ ଏନ.ଏ. ଶାହା ଅନାସାରି, ଗାନ୍ଧୀବାଦି ବକ୍ତା ଏସ.ଏ.ସଫିକ, ଅଭିନେତ୍ରୀ ତଥା ସମାଜ ସେବୀ ନମ୍ରତା ସିଂ ଦେଓ, ନେହେରୁ ଯୁବ କେନ୍ଦ୍ର ସଂଯୋଜକ ଜୟ ଶଙ୍କର ଯୋଶୀ, କୋଣାର୍କ ଥାନା ଭାରପ୍ରାପ୍ତ ଅଧିକାରୀ ରଞ୍ଜନ କୁମାର ମଲ୍ଲିକ , ଅଗ୍ନିସମ ଅଧିକାରୀ ଜ୍ୟୋତିପ୍ରକାଶ ପ୍ରକାଶ ରଥ, ସମାଜିକକର୍ମୀ ଦୃଗା ପ୍ରସାଦ ତ୍ରିପାଠୀ ଓ ସମାଜସେବୀ ରାମକୃଷ୍ଣ ମହାନ୍ତି ପ୍ରମୁଖ ଯୋଗ ଦେଇ ଯୁବ ସମାଜ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦେଇଥିଲେ । ଜାତୀୟ ସେବା ଯୋଜନାର କାର୍ଯ୍ୟସେବା ଅଧିକାରୀ ସୁକାନ୍ତ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ରାମକୃଷ୍ଣ ମହାନ୍ତି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଂଗଠନ ପକ୍ଷରୁ ଜୀବନ ପ୍ୟାପି ସାଧନା ପାଇଁ ଦୃଗା ପ୍ରସାଦ ତ୍ରିପାଠୀ, ଏନ.ଏ.ଶାହା ଅନାସାରି ,ବିନୟ ଭୂଷଣ ମହାନ୍ତି , ମନୋଜ ତ୍ରିପାଠୀ ଓ ରାମକୃଷ୍ଣ ମହାନ୍ତି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଯୁବକେନ୍ଦ୍ର ପକ୍ଷରୁ କୋଣାର୍କ ପ୍ରେସ କ୍ଲବକୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାୟ ପାଞ୍ଚଶହରୁ ଉର୍ଦ୍ଧ ଯୁବଗୋଷ୍ଠୀ ଭାଗନେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
