ଯୁବକ ନିଖୋଜ : ଥାନାରେ ଅଭିଯୋଗ
ସୋର : ସୋର ଥାନା ଅନ୍ତର୍ଗତ ପଥରପେଣ୍ଠ ଗ୍ରାମର ଜଣେ ଯୁବକ ହଠାତ୍ କେଉଁଆଡ଼େ ନିଖୋଜ ହୋଇଥିବା ସଂପର୍କରେ ତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି । ଏହି ଗ୍ରାମର ଗୌରାଙ୍ଗ ଚନ୍ଦ୍ର ମଳିକଙ୍କ ପୁଅ କୃପାସିନ୍ଧୁ ମଳିକ(କଟିଛୁଆ)(୨୩) ଗତ ଡିସେମ୍ବର ୧୭ ତାରିଖରେ ଘରୁ ଏକ ସାଇକେଲ ନେଇ ବଜାରକୁ ଆସିଥିବା ବେଳେ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି । ପରିବାର ଲୋକେ ବନ୍ଧୁବାନ୍ଧବ ସମେତ ବିଭିନ୍ନ ସ୍ଥାନରେ ଖୋଜାଖୋଜି ନପାଇ ନିରାଶ ହେବା ପରେ ଆଜି ସୋର ଥାନାରେ ଅଭିଯୋଗ କରିଛନ୍ତି ।
