ବିବାହର ପ୍ରଲୋଭନ ଦେଖାଇ ପ୍ରତାରଣା, ଯୁବକ ଗିରଫ
ଜୟପୁର : ବିବାହର ପ୍ରଲୋଭନ ଦେଖାଇ ପ୍ରତାରଣା କରିଥିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ଜୟପୁର ମହିଳା ପୋଲିସ ।ପୋଲିସର ସୂଚନା ଅନୁଯାୟୀ, ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଯୁବକ ଜଣକ ତାଙ୍କ ସହ ଶାରିରିକ ସମ୍ପର୍କ ରଖିଥିଲେ ପରେ ପ୍ରତାରଣା କରିଥିଲେ । ଏନେଇ ଗ୍ରାମରେ ବୈଠକ ମଧ୍ୟ ବସିଥିଲା । କିଛି ସମାଧାନ ହୋଇ ପାରି ନଥିଲା । ଶେଷରେ ଯୁବତୀ ଜଣକ ଜୟପୁର ମହିଳା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଗୁରୁତର ସହ ନେଇ ମହିଳା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜାଣି ପୋଲିସ ପାତ୍ରପୁଟରୁ ଅଭିଯୁକ୍ତକୁ ଗିରଫ କରଛି । ଗିରଫ ଅଭିଯୁକ୍ତ ଜଣକ ହେଲା କୁନ୍ଦୁରା ଥାନା ଅନ୍ତର୍ଗତ ଜବା ପାତ୍ରପୁଟର ବାବୁଲା ହରିଜନ । ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ମହିଳା ଥାନା ଅଧିକାରି ମମତା ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
