କୁକୁଡ଼ା ଫାର୍ମରେ ବେଆଇନ ବିଦ୍ୟୁତ୍ ଚାର୍ଜ, ସଂସ୍ପର୍ଶରେ ଆସି ଯୁବକ ମୃତ
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସିଙ୍ଗଲା ଥାନା ଅନ୍ତର୍ଗତ ନାଇକୁଡି଼ ପଞ୍ଚାୟତର ଉତ୍ତର ନାଇକୁଡ଼ି ଗ୍ରାମର ଭୀମ ଚରଣ ହଟାଇଙ୍କ ପୁଅ ମହେଶ୍ୱର ହଟାଇ ଆଜି ଭୋର ସମୟରେ ନିଜ ଧାନ ବିଲକୁ ଔଷଧ ସ୍ପ୍ରେ କରିବା ପାଇଁ ଯାଇଥିଲେ । ମାତ୍ର ତାଙ୍କ ବିଲକୁ ଲାଗି ପୁଟୁରା ପଞ୍ଚାୟତ ଅନ୍ତର୍ଗତ କମାର ଗଡି଼ଆ ଗ୍ରାମର ମୂରଲୀଧର ବାଗ ଙ୍କ ପୁଅ ଧନୁଞୟ ବାଗଙ୍କ ର ଏକ ବ୍ରଏଲର କୁକୁଡ଼ା ଫାର୍ମ ରହିଛି । ଉକ୍ତ ଫାର୍ମ ର ଚାରିପଟେ ଖୋଲା ଜିଆଇ ତା’ର ଦ୍ଵାରା ବେଆଇନ ଭାବେ ବିଦ୍ୟୁତ୍ ଚାର୍ଜ କରିଥିଲା । ଉକ୍ତ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମହେଶ୍ୱର ତାଙ୍କ ଫୀର୍ମ ପଛପଟେ ପଡିଥିବାର ଗ୍ରାମବାସୀ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ସେଠାରେ ପହଞ୍ଚି ସଙ୍ଗେ ସଙ୍ଗେ ବସ୍ତା ହାସପାତାଲ କୁ ନେଇ ଯାଇଥିଲେ ହେଁ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ତାଙ୍କ ମୃତ୍ୟୁରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।ଖବର ପାଇ ସିଂଲା ଥାନା ଅଧିକାରୀ ପ୍ରଶାନ୍ତ କୁମାର ଜେନା ଓ ଏ ଏସ ଆଇ ସୁରେଶ ଚନ୍ଦ୍ର ମହାଳିକ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝୀସୁଝୀ କରିବା ସହ ଗଣ୍ଡଗୋଳ ନ ହେବା ପାଇଁ ଫାର୍ମ ମାଲିକ ଧନୁଞୟ ଓ ସେହି ଗ୍ରାମର ଅଦିତ୍ୟ ମୈକାପ ଙ୍କୁ ଥାନା ନେଇ ପଚରା ଉଚୁରା କରିବା ସହିତ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି । ଲେଖା ହେବା ପର୍ଯ୍ୟନ୍ତ ଥାନା ରେ ଲିଖିତ ଅଭିଯୋଗ ହୋଇ ନାହିଁ ।
