ଯୁବକକୁ ପିଟିପିଟି ହତ୍ୟା, ୨ ଅଟକ
କେନ୍ଦୁଝର : କେନ୍ଦୁଝର ଜିଲା ରୁଗୁଡି ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ଜଣେ ଯୁବକକୁ ପିଟିପିଟି ହତ୍ୟା କରାଯାଇଥିବା ଜଣାପଡିଛି । ଏନେଇ ପୋଲିସ ତଦନ୍ତ ଜାରି ରହିଥିବା ବେଳେ ୨ ଜଣଙ୍କୁ ଅଟକ ରଖାଯାଇଛି ।
ସୂଚନା ଯେ, ରୁଗୁଡ଼ି ଥାନା ରୋଇଡ଼ା ମାଙ୍କଡ଼ ହଟିଂରେ ରବିବାର ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି । ମୃତ ଯୁବକ ହେଲେ କେ-ଥାଟିନ୍ ଅଞ୍ଚଳର ଘନଶ୍ୟାମ ସମାସୀ । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି ।
