ବିନା ଲିଖିତ ପରୀକ୍ଷା ଦେଇ ରେଲୱେରେ କରିପାରିବେ ଚାକିରି, ଶୀଘ୍ର କରନ୍ତୁ ଅପ୍ଲାଇ
ନୂଆଦିଲ୍ଲୀ : ଭାରତୀୟ ରେଳବାଇରେ ଯଦି ଆପଣ ଚାକିରି କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି ।ଏଥିପାଇଁ ଭାରତୀୟ ରେଳବାଇ ଦକ୍ଷିଣ ପୂର୍ବ ରେଳବାଇ ଅଧୀନରେ ଥିବା ବିଭିନ୍ନ ବିଭାଗରେ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ଦେଉଛି । ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ ଭାରତୀୟ ରେଳବାଇର ଅଫିସିଆଲ୍ ୱେବସାଇଟ୍ rrcser.co.in ଭିଜିଟ କରି ଆବେଦନ କରିପାରିବେ । ଏହି ପଦବୀଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ୧୪ ଡିସେମ୍ବର ୨୦୨୧ ରହିଛି । ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://www.rrcser.co.in/ କ୍ଲିକ୍ କରି ସିଧାସଳଖ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ । ଆହୁରି ମଧ୍ୟ ଏହି ଲିଙ୍କ୍ ମାଧ୍ୟମରେ https://appr-recruit.co.in/2021-22Aprt/Notification.pdf, ଆପଣ ସରକାରୀ ବିଜ୍ଞପ୍ତି ମଧ୍ୟ ଦେଖିପାରିବେ । ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୭୮୫ଟି ପଦବୀ ପୂରଣ ହେବ ।
ଗୁରୁତ୍ୱପୂର୍ଣ୍ଣ ତାରିଖ :
ଅନଲାଇନ୍ ଆବେଦନ ଆରମ୍ଭ ହୋଇଥିବା ତାରିଖ: ୧୫ ନଭେମ୍ବର ୨୦୨୧
ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ: ୧୪ ଡିସେମ୍ବର ୨୦୨୧
ଯୋଗ୍ୟତା ମାନଦଣ୍ଡ :
ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଅତିକମରେ ୫୦% ମାର୍କ ସହିତ ମାଟ୍ରିକ୍ ପାସ୍ କରିବା ଉଚିତ୍ ଏବଂ ଆଇଟିଆଇ ପାସ୍ ସାର୍ଟିଫିକେଟ୍ ମଧ୍ୟ ଧାରଣ କରିବା ଉଚିତ୍ ।
ବୟସ ସୀମା :
ପ୍ରାର୍ଥୀଙ୍କ ବୟସ ସୀମା ୧୫ ରୁ ୨୪ ବର୍ଷ ମଧ୍ୟରେ ହେବା ଉଚିତ (ସରକାରୀ ନିୟମ ଅନୁଯାୟୀ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ବୟସରେ ଆରାମ ମଧ୍ୟ ଦିଆଯିବ) ।
ଆବେଦନ ଶୁଳ୍କ :
ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ଭାବରେ ୧୦୦/- ଦେବାକୁ ପଡିବ ।
