ଏଣିକି ଘରେ ବସି କରିପାରିବେ ଡ୍ରାଇଭିଂ ଲାଇସେନ୍ସ ନବୀକରଣ
ନୂଆଦିଲ୍ଲୀ : କୋରୋନା ମହାମାରୀ ଯୋଗୁଁ ସଡ଼କ ଓ ପରିବହନ ମନ୍ତ୍ରଣାଳୟ ଡ୍ରାଇଭିଂ ଲାଇସେନ୍ସ ଓ ବାହନ ପଞ୍ଜିକରଣର ବୈଧତା ତାରିଖକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଏପରି ପରିସ୍ଥିତିରେ, ଯଦି ଆପଣ ଆରଟିଓ କାର୍ଯ୍ୟାଳୟକୁ ନ ଯାଇ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁ କରିବାକୁ ଚାହୁଁଛନ୍ତି । ତେବେ ଆପଣ ପରିବହନ ମନ୍ତ୍ରଣାଳୟର ଅଫିସିଆଲ୍ ୱେବସାଇଟ୍ https://parivahan.gov.in/parivahan ଭିଜିଟ୍ କରି ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ ନବୀକରଣ କରିପାରିବେ । ଏଥିପାଇଁ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍, ଏକ୍ସପାୟର୍ଡ ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ ସାଇଜ୍ ଫଟୋ ଏବଂ ଆଧାର କାର୍ଡର ଫଟୋ ଅପଲୋଡ୍ କରିବାକୁ ପଡିବ । ଯାହା ପରେ ୩୦ ଦିନ ମଧ୍ୟରେ ଡାକଘର ମାଧ୍ୟମରେ ଆପଣଙ୍କ ଘର ଠିକଣାରେ ଆପଣଙ୍କର ଏକ ନୂତନ ଡ୍ରାଇଭିଂ ଲାଇସେନ୍ସ ପହଞ୍ଚିବ । ଡ୍ରାଇଭିଂ ଲାଇସେନ୍ସର ରିନ୍ୟୁ ପାଇଁ ଆପଣଙ୍କୁ କେଉଁ ପ୍ରକ୍ରିୟା ଆପଣାଇବାକୁ ପଡିବ ଆସନ୍ତୁ ଜାଣିବା…
୧. ଅନଲାଇନ୍ ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁ କରିବା ପାଇଁ ସଡ଼କ ପରିବହନ ମନ୍ତ୍ରଣାଳୟର ଅଫିସିଆଲ୍ ୱେବସାଇଟ୍ (https://parivahan.gov.in/parivahan) ଭିଜିଟ୍ କରନ୍ତୁ ।
୨. ଏଠାରେ ଆପଣଙ୍କୁ ଅନଲାଇନ୍ ଆବେଦନ ଉପରେ କ୍ଲିକ୍ କରିବାକୁ ପଡିବ । ଏଠାରେ ଆପଣଙ୍କୁ ସର୍ଭିସେସ ଅନ୍ ଡ୍ରାଇଭିଂ ଲାଇସେନ୍ସ ବିକଳ୍ପ ଉପରେ କ୍ଲିକ୍ କରିବାକୁ ପଡିବ ।
୩. ବର୍ତ୍ତମାନ ଆବଶ୍ୟକ ବିବରଣୀ ପୂରଣ କରି ଆବେଦନ ଫର୍ମ ଅପଲୋଡ୍ କରିବାକୁ ପଡିବ ।
୪. ଅନଲାଇନ୍ ପ୍ରକ୍ରିୟା ସମାପ୍ତ ହେବା ପରେ ଆପଣଙ୍କର ନୂତନ ଡ୍ରାଇଭିଂ ଲାଇସେନ୍ସ ୩୦ ଦିନ ମଧ୍ୟରେ ପୋଷ୍ଟ ମାଧ୍ୟମରେ ଆପଣଙ୍କ ଠିକଣାକୁ ପଠାଯିବ ।
୫. ଯଦି ଆପଣଙ୍କର ବୟସ ୪୦ ବର୍ଷରୁ ଅଧିକ ଓ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ ମିଆଦ ପୂର୍ଣ୍ଣ ହୋଇଛି, ତେବେ ଏହାର ନବୀକରଣ ପାଇଁ ଆପଣଙ୍କୁ ଫର୍ମ ଏ୧ ପୂରଣ କରି ଡାକ୍ତରଙ୍କ ଠାରୁ ସାର୍ଟିଫିକେଟ୍ ନେବାକୁ ପଡିବ । ଅନଲାଇନ୍ ଆବେଦନ ସମୟରେ ଏହାକୁ ଡକ୍ୟୁମେଣ୍ଟ୍ ସହିତ ସଂଲଗ୍ନ କରିବାକୁ ପଡିବ । ଆପଣଙ୍କୁ କହି ରଖୁଛୁ ଯେ, ଡ୍ରାଇଭିଂ ଲାଇସେନ୍ସ ଏକ୍ସପାୟର ହେବା ପରେ ଏହାକୁ ନବୀକରଣ କରିବାକୁ ୩୦ ଦିନ ଲାଗେ । ଯଦି ଆପଣ ଏହି ସମୟ ଅବଧି ପରେ ନବୀକରଣ ପାଇଁ ଆବେଦନ କରନ୍ତି, ତେବେ ଆପଣଙ୍କୁ ଜରିମାନା ଦେବାକୁ ପଡିବ ଯାହା ଡ୍ରାଇଭିଂ ଲାଇସେନ୍ସ ପ୍ରକାର ଉପରେ ନିର୍ଭର କରେ ।
