ଦିଲ୍ଲୀରେ ୟେଲୋ ଆଲର୍ଟ ଜାରି ! ଜିମ୍, ସ୍ପା ଓ ସିନେମା ହଲ୍ ବନ୍ଦ
ନୂଆଦିଲ୍ଲୀ: କରୋନା ମୁକାବିଲା କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗ୍ରେଡେଡ ରେସ୍ପନ୍ସ ଆକ୍ସନ ପ୍ଲାନ ଅନ୍ତର୍ଗତ ୟେଲୋ ଆଲର୍ଟ ଜାରି କରିଛନ୍ତି। ଏହି ଅନ୍ତର୍ଗତ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ହେବ। ମେଟ୍ରୋ, ରେସ୍ତୁରାଁ ଓ ବାର ୫୦ ପ୍ରତିଶତ କ୍ଷମତା ସହ ପରିଚାଳିତ ହେବ। ସିନେମା ହଲ, ସ୍ପା, ଜିମ୍, ମଲ୍ଟୀପ୍ଲେକ୍ସ, ଅଡିଟୋରିୟମ ଓ ସ୍ପୋର୍ଟସ କମ୍ପଲେକ୍ସ ବର୍ତ୍ତମାନ ପାଇଁ ବନ୍ଦ ରହିବ।
ସେହିପରି ଆଗାମୀ ସ୍ତରରେ କରୋନା ପଜିଟିଭିଟି ରେଟ, ନୂଆ ମାମଲା ଓ ହସ୍ପିଟାଲରେ ଅକ୍ସିଜେନ ବେଡ କରୋନା ସ୍ଥିତି ଆଧାରରେ ନିର୍ଦ୍ଧାରଣ କରାଯିବ। କଟକଣାକୁ ୟେଲୋ, ଏମ୍ବର, ଅରେଞ୍ଜ ଓ ରେଡ ଆଲର୍ଟ ଅନ୍ତର୍ଗତ ସ୍ଥିର କରାଯାଇଛି। ୟେଲୋ ଆଲର୍ଟ ସବୁଠୁ ତଳସ୍ତରରେ ରହିଛି। ଏଥିସହିତ ରେଡ ଆଲର୍ଟ ସବୁଠୁ ଉପରେ ରହିଛି ଯେଉଁଥିରେ ଲକଡାଉନ ସ୍ଥିତି ଉପୁଯିବ।
