ଡବ୍ଲୁଟିସି ଫାଇନାଲ : ଷ୍ଟ୍ରେଲିଆର ୨ ଇନିଂସ ଘୋଷଣା, ଭାରତ ଆଗରେ ୪୪୪ ରନର ଲକ୍ଷ୍ୟ
ଲଣ୍ଡନ : ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲୁଟିସି) ଫାଇନାଲ ଜିତିବାକୁ ଭାରତକୁ ମିଳିଛି ୪୪୪ ରନର ବିଜୟ ଲକ୍ଷ୍ୟ । ଅଷ୍ଟ୍ରେଲିଆ ୨୭୦/୮ରେ ଏହାର ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା | ୱିକେଟ୍ କିପର ଆଲେକ୍ସ କେରି ୬୫ ରନରେ ଅପରାଜିତ ଥିବାବେଳେ ମାର୍ନସ ଲାବୁସେନ୍ ଏବଂ ମିଚେଲ ଷ୍ଟାର୍କ ୪୧-୪୧ ରନ୍ କରିଥିଲେ। ଭାରତ ତରଫରୁ ରବୀନ୍ଦ୍ର ଜାଡେଜା ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ମହମ୍ମଦ ଶାମି ଏବଂ ଉମେଶ ଯାଦବ ଦୁଇଟି ଲେଖାଏଁ ୱିକେଟ୍ ପାଇଛନ୍ତି। ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍ ସ୍କୋର ୪୬୯ ରନ୍ ଜବାବରେ ଭାରତ ୨୯୬ ରନ୍ କରିଥିଲା।
ଅଷ୍ଟ୍ରେଲିଆ ଦ୍ଵିତୀୟ ଇନିଂସରେ ୮ ଓ୍ଵିକେଟ୍ ହରାଇ ୨୭୦ ରନରେ ପାଳି ସମାପ୍ତି ଘୋଷଣା କରିଛି। ପ୍ରଥମ ଇନିଂସର ଅଗ୍ରଣୀ ଭିତ୍ତିରେ କଙ୍ଗାରୁ ଦଳ ଭାରତ ସାମ୍ନାରେ ରଖିଛି ୪୪୪ ରନର ବିଜୟ ଲକ୍ଷ୍ୟ। କଙ୍ଗାରୁ ଦଳ ପ୍ରଥମ ଇନିଂସରେ ୪୬୯ ରନ କରିଥିବା ବେଳେ ଭାରତ ୨୯୬ ରନରେ ଅଲଆଉଟ୍ ହୋଇଛି। ଫଳରେ କଙ୍ଗାରୁ ଦଳ ଭାରତଠୁ ୧୭୩ ରନରେ ଆଗୁଆ ରହିଥିଲା। ଅଷ୍ଟ୍ରେଲିଆର ଦ୍ଵିତୀୟ ଇନିଂସରେ ଆଲେକ୍ସ କେରି ୬୬ ରନର ଗୁରୁତ୍ଵପୂର୍ଣ୍ଣ ଅପରାଜିତ ଇନିଂସ ଖେଳିଛନ୍ତି। ଭାରତପ ପକ୍ଷରୁ ରବୀନ୍ଦ୍ର ଜାଡ଼େଜା ୫୮ ରନ ଦେଇ ୩ଟି ସଫଳତା ପାଇଛନ୍ତି।
ଏହା ପୂର୍ବରୁ ଅଷ୍ଟ୍ରେଲିଆ ଚତୁର୍ଥ ଦିନରେ ୧୨୩/୪ରୁ ବ୍ୟାଟିଂ ଆରମ୍ଭ କରିଥିଲା। କ୍ରିଜରେ ଥିଲେ ମାର୍ନସ ଲାବୁସେନ(୪୧) ଏବଂ କ୍ୟାମେରୁନ ଗ୍ରୀନ। ତେବେ ଚତୁର୍ଥ ଦିନର ଆରମ୍ଭରୁ ଲାବୁସେନ ନିଜର ସମାନ ସ୍କୋର ୪୧ ରନରେ ଆଉଟ୍ ହୋଇଥିଲେ। ଗ୍ରୀନ(୨୫)ରେ ଆାଉଟ୍ ହୋଇଥିଲେ। ଏହାପରେ ଆଲେକ୍ସ କେରି ଏବଂ ମିଚେଲ୍ ଷ୍ଟାର୍କ ଦମଦାର ବ୍ୟାଟିଂ କରି ସପ୍ତମ ଓ୍ଵିକେଟ୍ରେ ୯୩ ରନ ଯୋଡ଼ି ଅଷ୍ଟ୍ରେଲିଆର ସ୍ଥିତିକୁ ଆହୁରି ମଜବୁତ କରିଥିଲେ। ଶେଷରେ ଷ୍ଟାର୍କଙ୍କୁ ଆଉଟ୍ କରି ସାମି ଭାରତକୁ ସପ୍ତମ ସଫଳତା ଦେଇଥିଲେ। କମିନ୍ସ(୫) ଆଉଟ୍ ହେବା ସହ ଅଷ୍ଟ୍ରେଲିଆ ୨୭୦/୮ରେ ଇନିଂସ ଘୋଷଣା କରିଥିଲା। ଭାରତ ପକ୍ଷରୁ ବୋଲିଂରେ ରବୀନ୍ଦ୍ର ଜାଡ଼େଜା ୫୮ ରନ ଦେଇ ୩ଟି ସଫଳତା ପାଇଛନ୍ତି। ଏଥିସହ ମହମ୍ମଦ ସାମି ଏବଂ ଉମେଶ ଯାଦବ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।
