ଡବଲ୍ୟୁପିଏଲ୍ ଉଦ୍ଘାଟନୀ ମୁକାବିଲା : ଗୁଜୁରାଟକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କଲା ମୁମ୍ବାଇ
Natalie Sciver of Mumbai Indians celebrates the wicket of Sabbineni Meghana of Gujarat Giants during match one of the Women’s Premier League between the Gujarat Giants and Mumbai Indians held at the Dr. DY Patil Sports Academy, Navi Mumbai on the 4th March 2023 Photo by: Deepak Malik / SPORTZPICS for WPL
ମୁମ୍ବାଇ : ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଭାରତୀୟ କ୍ରିକେଟ ଇତିହାସର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ପୁରୁଷ କ୍ରିକେଟରଙ୍କ ପାଇଁ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇଥିବା ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍) ଆରମ୍ଭର ଠିକ୍ ୧୫ ବର୍ଷ ପରେ ଶନିବାରଠାରୁ ମହିଳା ପ୍ରିମିୟର୍ ଲିଗ୍ (ଡବଲ୍ୟୁପିଏଲ୍)- ୨୦୨୩ର ଶୁଭାରମ୍ଭ ହୋଇଛି ।
ଡବଲ୍ୟୁପିଏଲ୍ର ପ୍ରଥମ ସଂସ୍କରଣର ଉଦ୍ଘାଟନୀ ମୁକାବିଲାରେ ଗୁଜରାଟ ଜାଏଣ୍ଟସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁମ୍ବାଇ ଐତିହାସିକ ବିଜୟ ରେକର୍ଡ କରିଛି । ଦଳ ଗୁଜୁରାଟକୁ ୧୪୩ ରନରେ ପରାଜିତ କରିଛି । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୨୦୭ ରନ୍ ସଂଗ୍ରହ କରିଥିବା ବେଳେ ଜବାବରେ ଗୁଜୁରାଟ ଜିଆଣ୍ଟସ ୧୫.୧ ଓଭରରେ ୬୪ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ମୁମ୍ବାଇ ପକ୍ଷରୁ ଅଧିନାୟକ ହରମନପ୍ରୀତ ୬୫ ରନ୍, ହେଲି ମାଥ୍ୟୁସ ୪୭ ରନ୍ ଏବଂ ଅମେଲିୟା କେର୍ ଅପରାଜିତ ୪୫ ରନ୍ ସଂଗ୍ରହ କରିଥିଲା । ଯେତବେଳେ କି ସାଇକ ଇଶାକ ୪ ୱିକେଟ୍ ଅକ୍ତିଆର୍ କରିଥିଲେ ।
ଗୁଜରାଟ ଜାଏଣ୍ଟସକୁ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ମହିଳା ପ୍ରିମିୟର୍ ଲିଗ୍ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଅଧିନାୟିକା ହର୍ମନପ୍ରୀତ୍ କୌର ମାତ୍ର ୨୨ ବଲ୍ରୁ ଏହି ଲିଗ୍ର ପ୍ରଥମ ଅର୍ଦ୍ଧଶତକ ପୂର୍ଣ୍ଣ କରିବା ସହ ୬୫ ରନ୍ର ପାଳି ଖେଳିଥିଲେ। ୩୦ ବଲ୍ରୁ ସେ ୧୪ ଚୌକା ବଳରେ ୬୫ ରନ୍ କରିବାରୁ ମୁମ୍ବାଇ ୨୦୭ ରନ୍ କରିଥିଲା। ପ୍ରାରମ୍ଭରୁ ୱେଷ୍ଟଇଣ୍ଡିଜ୍ ତାରକା ହାର୍ଲେ ମାଥ୍ୟୁସ (୩୧ ବଲ୍ରୁ ୪୭ ରନ୍, ୪ ଛକା, ୩ ଚୌକା) ଏବଂ ଶେଷ ଭାଗରେ ନ୍ୟୁଜିଲାଣ୍ଡର୍ ଆମେଲିଆ କେର୍ (୨୪ ବଲ୍ରୁ ୪୫* ରନ୍, ୬ ଚୌକା, ୧ ଛକା) ବିସ୍ଫୋରକ ବ୍ୟାଟିଂ କରିଥିଲେ। ଜବାବରେ ବିଶ୍ବକପ୍ ବିଜେତା ଅଷ୍ଟ୍ରେଲିଆ ଅଧିନାୟିକା ବେଥ୍ ମୁନି ରିଟାର୍ଡ ହର୍ଟ ହେବା ସହିତ ଗୁଜରାଟ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ପ୍ରତ୍ୟାବର୍ତନ କରିପାରିନଥିଲା। ବେଙ୍ଗଲ ସ୍ପିନର୍ ସାଇକା ଈଶାକ (୩.୧-୦-୧୧-୪)ଙ୍କୁ ଖେଳି ନପାରି ଗୁଜରାଟ ୬୪/୯ରେ ସୀମିତ ରହିଥିଲା।
ଟସ୍ ହାରି ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଭଲ ଆରମ୍ଭ କରିପାରିନଥିଲା । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ୟସ୍ତିକା ଭାଟିୟା ୮ ଟି ବଲରେ ୧ ରନ୍ କରି ଆଉଟ୍ ହୋଇଯାଇଥିଲେ । ଏହାପରେ ଓପନ ହେଲି ମାଥ୍ୟୁସ ନତାଲି ସାଇବରଙ୍କ ସହ ଦ୍ୱିତୀୟ ୱିକେଟ୍ ପାଇଁ ୫୪ ରନର ଭାଗିଦାରୀ କରିଥିଲେ । ସାଇବର ନବମ ଓଭରରେ ଆଉଟ୍ ହୋଇଯାଇଥିଲେ । ସେହିପରି ମାଥ୍ୟୁସ ୧୦ମ ଓଭରରେ ଆଉଟ୍ ହୋଇଯାଇଥିଲେ । ସେ ୩୧ ବଲରେ ୩ ଚୌକା ଏବଂ ୪ ଛକା ଜରିଆରେ ୪୭ ରନ୍ କରିଥିଲେ । ୭୭ ସ୍କୋରରେ ମୁମ୍ବାଇର ତିନି ୱିକେଟ୍ ଯିବା ପରେ ଅଧିନାୟକ ହରମନପ୍ରୀତ ମୋର୍ଚ୍ଚା ସମ୍ଭାଳିଥିଲେ । ସେ ଚତୁର୍ଥ ୱିକେଟ୍ ପାଇଁ ଅମେଲିୟା କେରଙ୍କ ସହ ମିଶି ୮୯ ରନର ଦମଦାର ଭାଗିଦାରି କରିଥିଲେ । ହରମନପ୍ରୀତ ୨୩ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ଟୁର୍ଣ୍ଣାମେଣ୍ଟରେ ଅର୍ଦ୍ଧଶତକ ହାସଲ କରିଥିବା ପ୍ରଥମ ଖେଳାଳି ହୋଇଛନ୍ତି । ୧୭ତମ ଓଭରରେ ହରମନପ୍ରୀତ ପାଭେଲିଅନ୍ ଫେରିଯାଇଥିଲେ । ୩୦ ଟି ବଲରେ ୧୪ ଚୌକା ବଳରେ ସେ ୬୫ ରନ୍ କରିଥିଲେ । ପୂଜା ବସ୍ତ୍ରକାର ୮ ଟି ବଲରେ ୧୫ ରନର ଯୋଗଦାନ କରିଥିଲେ । ସେ ୨୦ତମ ଓଭରରେ ଆଉଟ୍ ହୋଇଯାଇଥିଲେ । ଅମେଲିୟା ୨୪ ଟି ବଲରେ ଅପରାଜିତ ରହି ୪୫ରନ୍ କରିଥିଲେ । ସେ ନିଜ ଇନିଂସରେ ୬ ଚୌକା ଏବଂ ଗୋଟିଏ ଛକା ମାରିଥିଲେ ।
