ଶୁକ୍ରବାର କରନ୍ତୁ ମା’ବୈଭବ ଲକ୍ଷ୍ମୀଙ୍କ ଆରାଧନା, ମନୋସ୍କାମନା ପୂର୍ଣ୍ଣ ସହ ଭରିଯିବ ଭଣ୍ଡାର ! ଜାଣନ୍ତୁ ପୂଜାବିଧି ଓ କଣ କରିବେ
ହିନ୍ଦୁ ଧର୍ମରେ ପୂଜାପାଠ କିମ୍ବା ମାଙ୍ଗଳିକ କାର୍ଯ୍ୟ ନିମନ୍ତେ ପ୍ରଥମେ ଶୁଭସମୟ, ଶୁଭ ଦିନ ଧାର୍ଯ୍ୟ କରାଯାଏ। ସପ୍ତାହର ବିଭିନ୍ନ ବାର ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟ ସ୍ଥିର କରାଯାଇଛି। ବାର ଅନୁସାରେ କାର୍ଯ୍ୟ କଲେ ଶୁଭ ଫଳ ମିଳିଥାଏ ବୋଲି ବିଶ୍ବାସ ରହିଛି।
ଦୁନିଆରେ ସମସ୍ତଙ୍କୁ ଧନସମ୍ପତ୍ତି ଦରକାର । ଧନ ବିନା ଚଳିବା ମୁସକିଲ । ଧନ ବୃଦ୍ଧି ପାଇଁ ଧନର ଦେବୀ ମା’ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ । ଶୁକ୍ରବାର ଦିନ ମା’ ବୈଭବ ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ । ଶୁକ୍ରବାର ଦିନ ସଚ୍ଚୋଟ ମନରେ ମା’ଙ୍କୁ ଆରାଧନା କଲେ ମନୋସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ଧନ ପ୍ରାପ୍ତି ପାଇଁ ଶୁକ୍ରବାର ଦିନ ବିଧିବଦ୍ଧ ଭାବେ ମାଙ୍କ ପୂଜା କରିବା ଉଚିତ ।
ପୂଜାବିଧି :
ଶୁକ୍ରବାର ଦିନ ଘରେ ତୁଳସୀ ଗଛ ଲଗାନ୍ତୁ ଓ ନିୟମିତ ଜଳ ଅର୍ପଣ କରି ପୂଜା କରନ୍ତୁ
ଶ୍ୱେତ ଚନ୍ଦନ ତିଳକ କରନ୍ତୁ
ପାଣିରେ ଚନ୍ଦନ ମିଶାଇ ସ୍ନାନ କରନ୍ତୁ
ରୁପା ଖଣ୍ଡ କିମ୍ବା ଚନ୍ଦନ କାଠ ନଦୀରେ ପ୍ରବାହିତ କରନ୍ତୁ
ସୁଗନ୍ଧିତ ପଦାର୍ଥ ବ୍ୟବହାର କରନ୍ତୁ
ସନ୍ତାନ ପ୍ରାପ୍ତି ପାଇଁ ଘରେ ପାରିଜାତ ଗଛ ଲଗାନ୍ତୁ ଏବଂ ନିଜ ସନ୍ତାନ ଭଳି ଗଛର ଯତ୍ନ ନିଅନ୍ତୁ
କଣ କରିବେ :
ଶୁକ୍ରବାର ଦିନ ସଫା ଧଳା ବସ୍ତ୍ର ପିନ୍ଧି ମା’ଙ୍କୁ ଆରାଧନା କରନ୍ତୁ । ମା’ଙ୍କ ପାଖରେ ପଦ୍ମ ଫୁଲ ଅର୍ପଣ କରନ୍ତୁ । ହଳଦିଆ କପଡାରେ ୫ଟି କଉଡ଼ି, କେଶର, ରୁପା ମୁଦ୍ରାକୁ ବାନ୍ଧି ନିଜ ଟ୍ରେଜେରୀରେ ରଖିଦିଅନ୍ତୁ । ଧନ ଅଭାବ ରହିବ ନାହିଁ ।
ସ୍ୱାମୀ ସ୍ତ୍ରୀ ସମ୍ପର୍କ ଭଲ ନଥିଲେ ଶୁକ୍ରବାର ଦିନ ଶୟନକକ୍ଷରେ ପ୍ରେମୀ ଯୁଗଳଙ୍କ ଫଟୋ ଲଗାନ୍ତୁ ।
ଯଦି କାମରେ ବାଧା ସୃଷ୍ଟି ହେଉଛି ତାହେଲେ ଶୁକ୍ରବାର ଦିନ କଳା ପିମ୍ପୁଡିଙ୍କୁ ଚିନି ଖାଇବାକୁ ଦିଅନ୍ତୁ ।
ଶୁକ୍ରବାର ଦିନ ଲକ୍ଷ୍ମୀ ମନ୍ଦିରରେ ଶଙ୍ଖ, କଉଡ଼ି, ପଦ୍ମ ଓ ମିଠା ଅର୍ପଣ କରନ୍ତୁ । ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ।
ସନ୍ଧ୍ୟା ସମୟରେ ଘର ଅନ୍ଧାର ରଖନ୍ତୁ ନାହିଁ । ସନ୍ଧ୍ୟା ସମୟରେ ଘରେ ଲାଇଟ ଲଗାନ୍ତୁ ।
ଶୁକ୍ରବାର ଦିନ ସକାଳେ ଗୋମାତାଙ୍କୁ ରୁଟି ଖୁଆଇବା ଉଚିତ । ଏହାଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ମାଙ୍କ କୃପା ମିଳିଥାଏ ।
ଘର ସବୁବେଳେ ସଫାସୁତୁରା ରଖିବା ଉଚିତ । ସନ୍ଧ୍ୟା ସମୟରେ ଘରେ ଝାଡୁ କରିବା ଉଚିତ ନୁହେଁ । ଏହାଦ୍ୱାରା ଘରର ଲକ୍ଷ୍ମୀ ବାହାରକୁ ଚାଲିଯାନ୍ତି ବୋଲି କୁହାଯାଏ ।
ଶୁକ୍ରବାର ଦିନ ମୟୁର ନୃତ୍ୟ କରୁଥିବା ଜାଗାକୁ ଯାଇ ସେଠାରୁ ମାଟି ଆଣି ଏକ ନାଲି କପଡାରେ ବାନ୍ଧି ପୂଜା ସ୍ଥାନରେ ରଖିଦିଅନ୍ତୁ । ଏହାସ୍ଵର ଧନ ପ୍ରାପ୍ତି ହେବ ।
(ବି:ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)
