ବିଶ୍ୱ ଟେଷ୍ଟ ଚାମ୍ପିୟନସିପ : ବର୍ଷା ଧୋଇ ନେଲା ଚତୁର୍ଥ ଦିନର ଖେଳ
ସାଉଥମ୍ପଟନ : ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ବର୍ଷା ସାଜିଛି ବାଧକ । ଇଂଲଣ୍ଡର ସାଉଥମ୍ପଟନରେ ଖେଳାଯାଉଥିବା ଏହି ବଡ ମୁକାବିଲାର ଆଜି ଚତୁର୍ଥ ଦିନ ଥିବାବେଳେ ଆଜି ମଧ୍ୟ ବର୍ଷା କାରଣରୁ ମ୍ୟାଚ୍ ଖେଳାଯାଇପାରିନାହିଁ । ୪ଦିନ ମଧ୍ୟରୁ ମାତ୍ର ଦେଢ ଦିନ ଖେଳ ସମ୍ଭବ ହୋଇପାରିଛି । ବର୍ଷା ପାଗକୁ ନଜରରେ ରଖି ଜୁନ୍ ୨୩ ତାରିଖକୁ ରିଜର୍ଭ ଡେ ରଖିଛି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ କାଉନସିଲ୍ । କିନ୍ତୁ ଏପର୍ଯ୍ୟନ୍ତ ମ୍ୟାଚକୁ ଦେଖିଲେ ରିଜର୍ଭ ଡେର ବ୍ୟବହାର ସମ୍ଭାବନା କମ ଥିବା ପରିଲକ୍ଷିତ ହେଉଛି । ଆଜିର ମ୍ୟାଚ ଯଦି ଖେଳାଯାଇନପାରେ, ତେବେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ୍ ମ୍ୟାଚ୍ ଡ୍ର ହେବା ସୁନିଶ୍ଚିତ । ଆଉ ଯଦି ଏପରି ହୁଏ, ତେବେ ଭାରତ ଏବଂ ନ୍ୟୁଜିଲାଣ୍ଡ ଉଭୟ ଦେଶକୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଯୁଗ୍ମ ବିଜେତା ଘୋଷଣା କରାଯିବ । ତେବେ ଏହା ଦ୍ୱିତୀୟ ଥର ପାଇଁ ଏମିତି ହେବ, ଟିମ୍ ଇଣ୍ଡିଆ ଆଇସିସିର କୌଣସି ଟ୍ରଫି ସେୟାର କରିବ । ୨୦୦୨ରେ ମଧ୍ୟ ଏପରି ହୋଇଥିଲା, ଯେତେବେଳେ ଭାରତ ଏବଂ ଶ୍ରୀଲଙ୍କାକୁ ଆଇସିସି ଚାମ୍ପିୟନ୍ସ ଟ୍ରଫିର ଯୁଗ୍ମ ବିଜେତା ଘୋଷଣା କରାଯାଇଥିଲା ।
ବର୍ଷା କାରଣରୁ ପ୍ରଥମ ଦିନ ପରି ଚତୁର୍ଥ ଦିନର ଖେଳ ମଧ୍ୟ ବାତିଲ୍ ହୋଇଛି। ସୋମବାର ଗୋଟିଏ ହେଲେ ବଲ୍ ପଡି ନାହିଁ। ତୃତୀୟ ଦିନରେ ଭାରତ ୨୧୭ ରନରେ ଅଲଆଉଟ୍ ହେବା ପରେ ନ୍ୟୁଜିଲାଣ୍ଡ ଷ୍ଟମ୍ପ ଅପସାରଣ ସୁଦ୍ଧା ୨ ଓ୍ଵିକେଟ୍ ହରାଇ ୧୦୧ ରନ କରିଛି। ଚତୁର୍ଥ ଦିନ ଉଭୟ ଦଳ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ଥିଲା। ଖାସ୍ କରି ପ୍ରଥମ ସେସନ ଉପରେ ସଭିଙ୍କ ନଜର ଥିଲା। ପ୍ରଥମ ଦିନ ବର୍ଷା ଯୋଗୁଁ ବାତିଲ୍ ହୋଇଥିଲା। ଏହା ପରେ ଦ୍ଵିତୀୟ ଦିନ ଖରାପ ଆଲୋକ ଯୋଗୁଁ ଅଧା ଖେଳ ହୋଇ ପାରିନଥିଲା। ତୃତୀୟ ଦିନ ଆଉଟ୍ ଫିଲ୍ଡ କାରଣରୁ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇଥିଲା। ପୁଣି ଖରାପ ଆଲୋକ କାରଣରୁ ଶୀଘ୍ର ମ୍ୟାଚ୍ ବନ୍ଦ କରିବାକୁ ପଡିଥିଲା। ହେଲେ ବର୍ଷା କାରଣରୁ ଚତୁର୍ଥ ଦିନର ଖେଳ ବାତିଲ୍ ହୋଇଛି। ଖରାପ ଆଲୋକ କାରଣରୁ ଦ୍ଵିତୀୟ ଦିନର ତୃତୀୟ ସେସନର ଅଧିକାଂଶ ଖେଳ ହୋଇ ପାରିନଥିଲା। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଏବେ ବରବାଦ ଖେଳର ଭରଣା ପାଇଁ ଷଷ୍ଠ ଦିନର ଉପଯୋଗ କରିବ କାରଣ ମ୍ୟାଚ୍ରେ ଏ ପର୍ଯ୍ୟନ୍ତ ମାତ୍ର ୧୪୧.୧ ଓଭର ଖେଳ ସମ୍ଭବ ହୋଇ ପାରିଛି। ଯଦି ମ୍ୟାଚ୍ ଡ୍ର ରହେ ତେବେ ଦୁଇ ଦଳ ଯୁଗ୍ମ ବିଜେତା ଘୋଷିତ ହେବେ। ତୃତୀୟ ଦିନ ଖରାପ ଆଲୋକ କାରଣରୁ ଖେଳକୁ ସମୟ ପୂର୍ବରୁ ବନ୍ଦ କରିବାକୁ ପଡିଥିଲା। କିଓ୍ଵି ଦଳ ଭାରତର ୨୧୭ ରନ ଜବାବରେ ୨ ଓ୍ଵିକେଟ୍ ହରାଇ ୧୦୧ ରନ କରିଛି। ଦଳ ଏବେ ମଧ୍ୟ ଭାରତଠୁ ୧୧୬ ରନ ପଛରେ ଅଛି। ଅଧିନାୟକ କେନ ଓ୍ଵିଲିୟମସନ ୧୨ ଏବଂ ରସ୍ ଟେଲର ଖାତା ନଖୋଲି କ୍ରିଜରେ ଅପରାଜିତ ଅଛନ୍ତି। ଏହା ପୂର୍ବରୁ ଡେଭନ କନଓ୍ଵେ ୫୪ ରନର ଦମଦାର ଇନିଂସ ଖେଳିଥିବା ବେଳେ ଟମ ଲାଥମ ୩୦ ରନ କରିଥିଲେ।


