ବିଶ୍ୱ ରେଡ଼ିଓ ଦିବସ : ଏବେ ବି ରେଡ଼ିଓ ହେଉଛି ବିପର୍ଯ୍ୟୟର ସାଥୀ
ଆଜିର ସମୟରେ ଟେଲିଭିଜନର ଲୋକପ୍ରିୟତା ବୃଦ୍ଧି ସାଙ୍ଗକୁ ମୋବାଇଲର ବହୁଳ ବ୍ୟବହାର ସତ୍ତ୍ୱେ ମଧ୍ୟ ରେଡ଼ିଓ କମି ନାହିଁ ରେଡ଼ିଓର ଚାହିଦା ।ଅନ୍ୟ ଗଣମାଧ୍ୟମ ତୁଳନାରେ ରେଡ଼ିଓର ଏକ ନିଆରା ଆଦର ରହିଛି । ପାହାଡ଼ ଉପରେ ଥିବା ଜନବସତି ହେଉ ବା ସମୁଦ୍ର କୂଳରେ ଏହା ମୁକ୍ତ ଭାବେ ସୀମା-ସରହଦ ପାର ହୋଇ ପହଂଚିପାରିଛି । ଜାତି ସଂଘ ଆନୁକୂଲ୍ୟରେ ୨୦୧୨ରୁ ପ୍ରତିବର୍ଷ ଫେବ୍ରୃଆରି ମାସ ୧୩ ତାରିଖରେ ପାଳନ କରାଯାଉଛି ‘ବିଶ୍ୱ ରେଡ଼ିଓ ଦିବସ’ ।
ଟେଲିଭିଜନର ଲୋକପ୍ରିୟତା ବୃଦ୍ଧି ଓ ମୋବାଇଲିର ଯୋରଦାର ଉପସ୍ଥିତି ସତ୍ୱେ ରେଡ଼ିଓ ବ୍ୟବହାର ବନ୍ଦ ହୋଇଯାଇନାହିଁ । ଅନ୍ୟ ଗଣମାଧ୍ୟମ ତୁଳନାରେ ରେଡ଼ିଓର ଏକ ନିଆରା ଆଦର ରହିଛି । ପାହାଡ଼ ଉପରେ ଥିବା ଜନବସତି ହେଉ ବା ସମୁଦ୍ର କୂଳରେ ଏହା ମୁକ୍ତ ଭାବେ ସୀମା-ସରହଦ ପାର ହୋଇ ପହଂଚିପାରିଛି । ବିନା ବିଜୁଳିରେ ଚାଲିଥିବାରୁ ଏହା ବିପର୍ଯ୍ୟୟ ବେଳର ସାଥୀ । ବନ୍ୟା, ବାତ୍ୟା ଭଳି ବିପର୍ଯ୍ୟୟ ସମୟରେ ବିଜୁଳି ଚାଲିଗଲା ପରେ ଟେଲିଭିଜନ ବନ୍ଦ ହୋଇଯାଏ । ଇଣ୍ଟରନେଟ ବାଧାପ୍ରାପ୍ତ ହେଲେ ମୋବାଇଲି ସୂଚନା ଅପହଂଚ ହୁଏ କିନ୍ତୁ ଏଭଳି ସମୟରେ ରେଡ଼ିଓର ସ୍ୱର ଶୁଣିବାକୁ ମିଳେ । ମୋବାଇଲି, ଟେଲିଭିଜନ, ଇଣ୍ଟରନେଟ ଯେଉଁଠି କାମ କରି ନପାରିବ ସେଠାରେ ରେଡ଼ିଓ ମାଧ୍ୟମରେ ଯୋଗାଯୋଗ ସମ୍ଭବ । ଆଜିକାଲି ଅଗମ୍ୟ ଅଂଚଳରେ କମ୍ୟୁନିଟି ରେଡ଼ିଓ ସ୍ଥାପନକୁ ଗୁରୁତ୍ୱ ଦିଆଯାଉଛି ।
ଓଡ଼ିଶାରେ ରେଡ଼ିଓ ନମସ୍କାର, ରେଡ଼ିଓ ମୁସ୍କାନ, ସୋଆ ରେଡ଼ିଓ ସଫଳତାର ସହ ଗୋଷ୍ଠୀ ବେତାର କେନ୍ଦ୍ର ଭାବେ ପ୍ରଚାର ପ୍ରସାରରେ ନିୟୋଜିତ ଅଛି । ଆଜି ଭୁବନେଶ୍ୱରରେ ନୁଆ ଓ ପୁରୁଣା ରେଡ଼ିଓର ପ୍ରଦର୍ଶନୀକୁ ନେଇ ରେଡ଼ିଓ ମେଳା ପାଳନ କରାଯାଉଛି ।
୧୮୬୦ ରେ ରେଡ଼ିଓ ତରଙ୍ଗର ଉପସ୍ଥିତି ଓ ଏହାର ଟ୍ରାନ୍ ସିମିସନ୍ ବାବଦରେ ପ୍ରଥମେ ସୂଚନା ଦେଇଥିେ ଲ ଜେମ୍ସ କ୍ଲାର୍କ୍ ମାକ୍ସେୱଲ । ତେବେ ୧୯୦୧ରେ ଇଟାଲୀୟ ବିଜ୍ଞାନୀ ମାର୍କୋନି ବିଶ୍ୱର ପ୍ରଥମ ଥର ରେଡ଼ିଓ ତରଙ୍ଗର ଟ୍ରାନ୍ସଆଟଲାନ୍ଟିକ୍ ଟ୍ରାନ୍ସମିଦନ୍ ରେ ସଫଳ ହୋଇଥିଲେ । ୧୦୯୩ ତାଙ୍କ ମାଧ୍ୟମରେ ମାର୍କିନ ରାଷ୍ଟ୍ରପତି ରୁଜ୍ ଭେଲଟ ସପ୍ତମ ଏଡ଼ୱାର୍ଡ଼ଙ୍କ ପାଖକୁ ଏକ ରେଡ଼ିଓ ବାର୍ତ୍ତା ପଠାଇଥିଲେ ।ମାର୍କୋନିଙ୍କ ପୂର୍ବରୁ ନିକୋଲ ଟେସଲ ଅଲିଭର୍ ଲଜ୍ ଓ ହେନ୍ରିଚ୍ ହର୍ଜ୍ ପ୍ରମୁଖ ରେଡ଼ିଓ ତରଙ୍ଗ ପ୍ରେରଣରେ ସଫଳ ହୋଇଥିବାର ଦାବି ରହିଛି ।ତେବେ ମାର୍କୋନିଙ୍କୁ ଏହାର ଶ୍ରେୟ ଦିଆଯାଏ ଏବଂ ଏଥିପାଇଁ ୧୯୦୯ ରେ ତାଙ୍କୁ ନୋବେଲ୍ ପୁରସ୍କାର ମିଳିଥିଲା ।
ରେଡ଼ିଓକୁ ବିକଶିତ ପ୍ରସାରିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଇଟାଲିର ଗ୍ୟୁ୍ଗ୍ଲି ଏଲ୍ ମାର୍କୋନି, ଆମେରିକାର ନିକୋଲ ଟେସ୍ଲା, ବ୍ରିଟେନ୍ ର ଅଲିଭର ଲଜ୍, ସ୍ପେନର ସର୍ଭେରା ବାଭିଏରା ଓ ଭାରତର ଚନ୍ଦ୍ର ଦାସ । ମାର୍କେନିଙ୍କ ଏକ ପରିଚୟ ହେଉଛି ସେ ବିଶ୍ୱ ପ୍ରସିଦ୍ଧ ସୁରା ନିର୍ମାତା ଜେମ୍ସନ ଆଇରିସ୍ ହ୍ୱିସ୍କି ର ପ୍ରତିଷ୍ଠାତା ଜନ୍ ଜେମ୍ ସନଙ୍କ ବଂଶଧର ।
ଟେଲିଭଜିନ ଲୋକପ୍ରିୟତା ବୃଦ୍ଧି ଓ ଜୋରଦାର ଉପସ୍ଥିତି ସତ୍ତ୍ୱେ ରେଡ଼ିଓର ବ୍ୟବହାର ବନ୍ଦ ହୋଇନାହିଁ । ଅନ୍ୟ ଗଣମାଧ୍ୟମ ତୁଳନାରେ ରେଡ଼ିଓର ଗ୍ରହଣ କ୍ଷମତା ଅଧିକ । ଆଜିକାଲି ଅଗମ୍ୟ ଅ୍ରଚଳରେ କମ୍ୟୁନିଟି ରେଡ଼ିଓ ସ୍ଥାପନକୁ ଗୁରୁତ୍ୱ ଦିଆଯାଉଛି ।
ମୋବାଇଲ, ଟେଲିଭିଜନ, ଇଣ୍ଟରନେଟ ଯେଉଁଠି କାମ କରି ନପାରିବ ସେଠାରେ ରେଡ଼ିଓ ମାଧ୍ୟମରେ ଯୋଗାଯୋଗ ସମ୍ଭବ । ଓଡ଼ିଶାରେ ରେଡ଼ିଓ ନମସ୍କାର, ରେଡ଼ିଓ ମୁସ୍କାନ, ସୋଆ ରେଡ଼ିଓ ସଫଳତାର ସହ ଗୋଷ୍ଠୀ ବେତାର କେନ୍ଦ୍ର ଭାବେ ପ୍ରଚାର ପ୍ରସାରରେ ନିୟୋଜିତ ଅଛି ।
