ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ
ଯାଜପୁର : ୧ ୦ ସେପ୍ଟେମ୍ବର, ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ, ଏହାକୁ ଆଜି ଦଶରଥପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡ୍କ୍ରସ ୟୁନିଟ୍ ତରଫରୁ ପାଳନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ସଭାପତିତ୍ୱ କରି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡଃ ଅକ୍ଷୟ କୁମାର ପଣ୍ଡା କୌଣସି ଦୁର୍ଘଟଣା ପରେ ପ୍ରାଥମିକ ଚିକିତ୍ସା କରାଯିବା ଅତ୍ୟାବଶ୍ୟକ ଏବଂ ଏ ସମ୍ବନ୍ଧରେ ଜନସେଚତନତା ଜରୁରୀ ବୋଲି ମତ ଦେଇଥିଲେ ଏବଂ ସବିଶେଷ ଜାଣିବା ପାଇଁ ସମସ୍ତେ ମୋବାଇଲ୍ ଫୋନ୍ରେ “ଫାଷ୍ଟ ଏଡ୍ ଆପ୍” ଡାଉନ୍ ଲୋଡ୍ କରିବାକୁ ଡଃ ପଣ୍ଡା ଉପସ୍ଥିତ ବ୍ୟକ୍ତି ମାନଙ୍କୁ ଆହ୍ୱାନ କରିଥିଲେ । ବିଦ୍ୟାଳୟର ଜୁନିୟର ରେଡ୍କ୍ରସ କାଉନ୍ସେଲର ଶିକ୍ଷକ ନୀଳମଣି ସାମନ୍ତ ଏହି ଦିବସର ତାତ୍ପର୍ଯ୍ୟର ବର୍ଣ୍ଣନା କରିଥିବା ବେଳେ ଶିକ୍ଷୟିତ୍ରୀ କ୍ରାନ୍ତି କୁମାରୀ ସ୍ନିଗ୍ଧା ସଂଘମିତ୍ରା ସାମଲ ଓ ଅନ୍ୟତମ କାଉନ୍ସେଲର ଲିପ୍ସା ସ୍ୱାଇଁ ପ୍ରାଥମିକ ଚିକିତ୍ସା ଦ୍ୱାରା ବ୍ୟକ୍ତିର ଜୀବନ ବଞ୍ଚାଯାଇ ପାରେ ବୋଲି ମତ ରଖିଥିଲେ । କ୍ରୀଡା ଶିକ୍ଷକ ହରିହର ନାୟକ ବିଭିନ୍ନ ପ୍ରାଥମିକ ଚିକିତ୍ସା ପଦ୍ଧତି ବିଷୟରେ ବୁଝାଇଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏ ସମ୍ବନ୍ଧରେ ବକ୍ତୃତା ପ୍ରତିଯୋଗିତା କରାଯାଇଥିଲା । ଛାତ୍ରୀ ଅର୍ପିତା ମଲ୍ଲିକ, ରମାକାନ୍ତ ସାହୁ ଓ ଦୀପିକା ଦାଶ ସଫଳତା ଲାଭକରି ପ୍ରମାଣପତ୍ର ଓ ପୁରସ୍କାର ଲାଭ କରିଥିଲେ ।
