ବିଶ୍ୱକପ୍ ୨୦୨୩ : ଆଜି ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା, ଜିତିଲେ କିଓ୍ୱି ଦଳର ସେମି ଟିକେଟ୍
ବେଙ୍ଗାଲୁରୁ : ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ବିଶ୍ୱକପ୍ ୨୦୨୩ର ଲିଗ୍ ମ୍ୟାଚ୍ । ଏହି ପରିପ୍ରେକ୍ଷୀରେ ଆଜି ଟୁର୍ଣ୍ଣାମେଣ୍ଟରେ ଖେଳାଯିବ ଗୁରୁତ୍ୱପୂର୍ଣ୍ଣ ମୁକାବିଲା । ବେଙ୍ଗାଲୁରୁର ଚିନାସ୍ୱାମୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କା । ଗୁରୁବାର ଅପରାହ୍ନ ୨ଟାରେ ଖେଳାଯିବ ଏହି ମ୍ୟାଚ୍ ।
ବର୍ତ୍ତମାନ ସୁଦ୍ଧା ନ୍ୟୁଜିଲାଣ୍ଡ ୮ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୪ଟି ମ୍ୟାଚ୍ରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାଜୟର ସାମ୍ନା କରିଛି । ମୋଟ ୮ ଅଙ୍କ ସହ ପଏଣ୍ଟ ଟେବୁଲ୍ର ୪ର୍ଥ ସ୍ଥାନରେ ରହିଛି । କିନ୍ତୁ ଟିମ୍ ଏବେ ଯାଏଁ ସେମି ଟକ୍କରକୁ କ୍ୱାଲିଫାଏ କରିପାରିନାହିଁ । ତେଣୁ ଆଜିର ମ୍ୟାଚ୍ ଜିତି ସେମି ଟିକେଟ୍ ହାତେଇବା ଲକ୍ଷ୍ୟରେ ରହିବ କିଓ୍ୱି ଦଳ ।
ସେହିପରି ଶ୍ରୀଲଙ୍କା ମଧ୍ୟ ଏବେ ସୁଦ୍ଧା ୮ଟି ମ୍ୟାଚ୍ ଖେଳିସାରିଛି । ୨ଟି ମ୍ୟାଚ୍ରେ ବିଜୟୀ ହୋଇଥିବା ବେଳେ ୬ଟି ମୁକାବିଲାରେ ପରାଜୟର ସାମ୍ନା କରିଛି । ମୋଟ ୪ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୯ମ ସ୍ଥାନରେ ରହିଛି । ତେଣୁ ଆଜି ଶେଷ ମୁକାବିଲା ଥିବାରୁ ମ୍ୟାଚ୍ ଜିତି ବିଜୟ ସହ ଟୁର୍ଣ୍ଣାମେଣ୍ଟ ଶେଷ କରିବାକୁ ଲକ୍ଷ୍ୟ ରଖିଛି ସିଂହଳୀ ବାହିନୀ ।
ଅନ୍ୟପକ୍ଷରେ ଆଜିର ମ୍ୟାଚ୍ରେ ବର୍ଷା ଆଶଙ୍କା ରହିଛି । ଯଦି ଆଜିର ମ୍ୟାଚ୍ରେ ବର୍ଷା ହୁଏ । ତେବେ ନ୍ୟୁଜିଲାଣ୍ଡ ଟିମ୍ ପାଇଁ ସେମି ରାସ୍ତା କଷ୍ଟକର ହେବ । ସେମିକୁ ଯିବାକୁ ହେଲେ ନ୍ୟୁଜିଲାଣ୍ଡ ଟିମ୍ର ଗୁରୁବାର ଖେଳାଯିବାକୁ ଥିବା ଶେଷ ମ୍ୟାଚକୁ ବଡ ବ୍ୟବଧାନରେ ବିଜୟୀ ହେବାକୁ ପଡିବ ।
