ବିଶ୍ୱରେ ଆଉ ୪ଲକ୍ଷ ୧୬ ସଂକ୍ରମିତ ଓ ୮,୦୨୬ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮କୋଟି ୫୮ଲକ୍ଷ ୭ହଜାର ୮୭୮ ଓ ମୃତ୍ୟୁ ସଂଖ୍ୟା ୪୦ଲକ୍ଷ ୧୬ହଜାର ୯୫୩କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ଗୁରୁବାର ଗତ ୨୪ ଘଣ୍ଟା ମଧ୍ୟରେ ୪ଲକ୍ଷ ୧୬ହଜାର ସଂକ୍ରମିତ ହୋଇଥିବାବେଳେ ୮ହଜାର ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮କୋଟି ୫୮ଲକ୍ଷ ୭ହଜାର ୮୭୮ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦ଲକ୍ଷ ୧୬ହଜାର ୯୫୩ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୭କୋଟି ୬୭ହଜାର ୩୩୧ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୧୭ଲକ୍ଷ ୨୩ହଜାର ୫୯୪ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୪୪ଲକ୍ଷ ୧ହଜାର ୭୫୪ ସଂକ୍ରମିତ ଓ ୬ଲକ୍ଷ ୧୯ହଜାର ୧୩୪ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୮୯ଲକ୍ଷ ୯ ହଜାର ୩୭ ସଂକ୍ରମିତ ଓ ୫ଲକ୍ଷ ୨୮ ହଜାର ୬୧୧ମୃତ, ଫ୍ରାନ୍ସରେ ୫୭ ଲକ୍ଷ ୯୪ ହଜାର ୬୬୫ ସଂକ୍ରମିତ ଓ ୧ ଲକ୍ଷ ୧୧ ହଜାର ୨୫୯ ମୃତ, ଋଷିଆରେ ୫୬ ଲକ୍ଷ ୮୨ ହଜାର ୬୩୪ ସଂକ୍ରମିତ ଓ ୧ଲକ୍ଷ ୪୦ ହଜାର ୪୧ ମୃତ, ତୁର୍କୀରେ ୫୪ ଲକ୍ଷ ୫୯ ହଜାର ୯୨୩ ସଂକ୍ରମିତ ଓ ୫୦ ହଜାର ୪୮ ମୃତ, ୟୁକେରେ ୪୯ ଲକ୍ଷ ୯୦ ହଜାର ୯୧୬ ସଂକ୍ରମିତ ଓ ୧ ଲକ୍ଷ ୨୮ ହଜାର ୩୦୧ ମୃତ, ଆର୍ଜେଣ୍ଟିନାରେ ୪୫ ଲକ୍ଷ ୯୩ ହଜାର ୭୬୩ ସଂକ୍ରମିତ ଓ ୯୭ ହଜାର ୪୩୯ମୃତ, କଲୋମ୍ବିଆରେ ୪୪ ଲକ୍ଷ ୨୬ ହଜାର ୮୧୧ ସଂକ୍ରମିତ ଓ ୧ ଲକ୍ଷ ୧୦ ହଜାର ୫୭୮ମୃତ, ଇଟାଲିରେ ୪୨ ଲକ୍ଷ ୬୫ ହଜାର ୭୧୪ ସଂକ୍ରମିତ ଓ ୧ଲକ୍ଷ ୨୭ ହଜାର ୭୧୮ମୃତ, ସ୍ପେନରେ ୩୮ ଲକ୍ଷ ୯୭ ହଜାର ୯୯୬ ସଂକ୍ରମିତ ଓ ୮୦ ହଜାର ୯୬୯ ମୃତ ରହିଛନ୍ତି ।
