ବିର୍ଲା ଟାୟାର୍ସ ସମ୍ମୁଖରେ ଶ୍ରମିକ ଉତ୍ତେଜନା
ବାଲେଶ୍ୱର : ବାଲେଶ୍ୱର ସହର ବାମପଦା ସ୍ଥିତ ବିର୍ଲା ଟାୟାର୍ସ କାରଖାନା ଦୀର୍ଘଦିନ ଧରି ବନ୍ଦ ଥିବା ବେଳେ ଶ୍ରମିକ ଅଶାନ୍ତି ଲାଗି ରହିଛି । ଏନେଇ ହୋଇଥିବା ମାମଲା ଅଦାଲତରେ ବିଚାରଧୀନ ଅଛି । ତେବେ ଏନଏସିଏଲଟି କମିଟି ସହ ଜିଲା ପ୍ରଶାସନ ଓ ଶ୍ରମିକ ସଙ୍ଘଙ୍କ ଆଲୋଚନା ପରେ ମଙ୍ଗଳବାର କମ୍ପାନୀ କର୍ତ୍ତୃପକ୍ଷ ଆରପିଜି (ରେକମଣ୍ଡେଡ଼ ପ୍ରାକ୍ଟିସ ଗାଇଡଲାଇନ) ନିୟମ ଅନୁସାରେ ବିର୍ଲା ଟାୟାର୍ସ ପରିସରରୁ କିଛି ସାମଗ୍ରୀ ବାହାର କରୁଥିଲେ । ଏହି ସମୟରେ ଶ୍ରମିକମାନେ ଖବର ପାଇ ବିର୍ଲା ଟାୟାର୍ସ ମୁଖ୍ୟ ଫାଟକ ସମ୍ମୁଖରେ ପହଞ୍ôଚ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ବିରୋଧ କରିଥିଲେ । ଶିଳ୍ପାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ôଚ ପରିସ୍ଥିତି ଉପରେ ନଜର ରଖିଛି ।
