ବିଦ୍ୟୁତ ଆଘାତରେ ଶ୍ରମିକ ମୃତ
ଧର୍ମଶାଳା : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଂଚଳରେ ଅଘଟଣ । ବିଦ୍ୟୁତ ବିଭାଗରେ ଯୁବ ଶ୍ରମିକଙ୍କ ମୃତ । ଯୁବକ ଜଣକ ହେଲେ ଧର୍ମଶାଳା ଥାନା ଅନ୍ତର୍ଗତ ସଂଖାରିଡିହ ଟିକର ସାହି ଗ୍ରାମର ରଞ୍ଜନ ସାମଲ ବୋଲି ଜଣାପଡିଛି । ପୋଲିସ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଚଳେଇଛି । ସୂଚନା ମୁତାବକ, ଆଜି ଅପରାହ୍ନରେ ରଞ୍ଜନ ଗାଧୋଇ ସାରି ଘାରେ ବିଦ୍ୟୁତ ତାର ସଜାଡୁ ଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲା । ଫଳରେ ସେ ଗୁରୁତର ହେବାରୁ ପରିବାର ଲୋକେ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଧର୍ମଶାଳା ପୋଲିସ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚି ଶବ ଜବତ କରି ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।
