ମହିଳା ବିଶ୍ୱକପ୍: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅଷ୍ଟ୍ରେଲିଆ ଖେଳାଳି ହିଆଲିଙ୍କ ଶତକ
epa09859947 Alyssa Healy (R) of Australia celebrates her century during the ICC Women's Cricket World Cup Semi Final 1 between Australia and West Indies at Basin Reserve in Wellington, New Zealand, 30 March 2022. EPA/JOHN COWPLAND EDITORIAL USE ONLY AUSTRALIA AND NEW ZEALAND OUT
ୱେଲିଂଟନ୍ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ମହିଳା ବିଶ୍ୱକପ୍ରେ ଆଜି ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍ ମୁହାଁମୁହିଁ ହୋଇଛନ୍ତି। ନ୍ୟୁଜିଲାଣ୍ଡର ରାଜଧାନୀ ୱେଲିଟନ୍ସ୍ଥିତ ବାସିନ ରିଜର୍ଭରରେ ଖେଳ ଜାରିଥିବା ପ୍ରଥମ ସେମିଫାଇନାଲରେ କଙ୍ଗାରୁ ଦଳ ବ୍ୟାଟିଂ ଜାରି ରଖିଛି। କଙ୍ଗାରୁ ଦଳର ଓପନର ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ପ୍ରଥମ ୱିକେଟ ପାଇଁ ଦ୍ୱିଶତକ ଭାଗିଦାରୀ ହୋଇପାରିଛନ୍ତି। ଆଲ୍ୟାସା ହିଆଲି ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସେ ୧୦୭ଟି ବଲ ଖେଳି ୧୨୯ ରନ୍ ସଂଗ୍ରହ କରିସାରିଛନ୍ତି। ଏଥିରେ ୧୭ଟି ଚୌକା ଓ ଗୋଟିଏ ଛକା ସାମିଲ ଅଛି।
ରିପୋର୍ଟ ଲେଖାଯିବା ବେଳକୁ ଅଷ୍ଟ୍ରେଲିଆ ୩୨ ଓଭରରେ ୨୧୬ ରନ୍ ସଂଗ୍ରହ କରିସାରିଛି। ଓପନର ରାଚେଲ ହାଏନେସ ଓ ମେଗ ଲାନିଙ୍ଗ କ୍ରିଜରେ ଅଛନ୍ତି। ରାଚେଲ ୯୦ଟି ବଲ ଖେଳି ୭୮ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୯ଟି ଚୌକା ସାମିଲ ଅଛି। ଏହାରି ମଧ୍ୟରେ ଉଭୟ ବ୍ୟାଟର ୱେଷ୍ଟଇଣ୍ଡିଜ୍ର ୭ ଜଣ ବୋଲରଙ୍କୁ ସାମ୍ନା କରିସାରିଛନ୍ତି। ୱେଷ୍ଟଇଣ୍ଡିଜର ବୋଲର ହତାଶ ଦେଖାଯାଇଛନ୍ତି।
